www.samajalive.in
Wednesday, November 12, 2025
17.1 C
Bhubaneswar

ଟେଲିକମ କମ୍ପାନୀମାନେ ଉପଭୋକ୍ତାମାନଙ୍କୁ ହଇରାଣ ନ କରନ୍ତୁ – ଟ୍ରାଇ

ନୂଆଦିଲ୍ଲୀ / କୋଲକାତା:  ଟେଲିକମ୍ ରେଗୁଲେଟର ଅଥରିଟି (ଟ୍ରାଇ ) ସମସ୍ତ ପ୍ରିପେଡ୍ ପ୍ୟାକର ବୈଧତାକୁ ଅତି କମରେ ମେ  ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଟେଲିକମ କମ୍ପାନୀକୁ କହିଥିବା ଜାଣାପଡିଛି । ମଙ୍ଗଳବାର ଦିନ ସରକାର ଲକ ଡାଉନର ଅବଧି ମେ ୩କୁ ବୃଦ୍ଦି  କରିବା ପରେ ଟ୍ରାଇ ପକ୍ଷରୁ ଏହି ପଦକ୍ଷପ ନିଆଯାଇଛି। ଲକ ଡାଉନ ସମୟରେ ଦୋକାନ ବଜାର ବନ୍ଦ ଥିବାରୁ ଉପଭୋକ୍ତାମାନଙ୍କୁ  ହଇରାଣ ନ କରି ସମସ୍ତ ପ୍ଲାନ ଅବଧି ବଢ଼ାଇବା ପାଇ ଟେଲିକମ୍ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ୍, ରିଲାଏନ୍ସ ଜିଓ, ​​ଭୋଡାଫୋନ୍ ଆଇଡିଆ ଏବଂ ବିଏସଏନଏଲକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ୨୧ ଦିନିଆ ଲକ ଡାଉନ ପାଇଁ  ସମସ୍ତ  ପ୍ରିପେଡ୍ ପ୍ୟାକ୍ର ବୈଧତାକୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI)ର ମହାନିର୍ଦ୍ଦେଶକ ରାଜନ ଏସ୍ ମାଥ୍ୟୁସ୍ କହିଛନ୍ତି ଯେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଅପରେଟରମାନେ ପରିସ୍ଥିତି ଉପରେ ନଜର ରଖିବେ ଏବଂ ଉପଯୁକ୍ତ ଉପାୟ ସ୍ଥିର କରିବେ। ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ  ଅଧିନରେ ଏୟାରଟେଲ୍, ଜିଓ ଏବଂ ଭୋଡାଫୋନ୍ ଆଇଡିଆର ପ୍ରତିନିଧିତ୍ୱ କରୁଛି।

- Advertisement -

 

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories