www.samajalive.in
Monday, December 8, 2025
14.1 C
Bhubaneswar

ତେଲଙ୍ଗାନାରେ ଟନେଲ ଭୁଶୁଡ଼ିବା ଘଟଣା: ଫସି ରହିଥିବା ଶ୍ରମିକଙ୍କ ପାଖକୁ ପହଞ୍ଚିଛନ୍ତି ଉଦ୍ଧାରକାରୀ ଦଳ

ହାଇଦ୍ରାବାଦ: ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ଶନିବାର ଏକ ନିର୍ମାଣାଧୀନ ଟନେଲ (ସୁଡ଼ଙ୍ଗ) ଭୁଶୁଡି ପଡ଼ିବାରୁ ୮ ଜଣ ଶ୍ରମିକ ଫସି ରହିଛନ୍ତି। ଲିକ୍‌ ମରାମତି କରିବାକୁ କିଛି ଶ୍ରମିକ ଟନେଲ ଭିତରକୁ ଯାଇଥିବାବେଳେ ହଠାତ୍‌ ଶ୍ରୀସାଇଲମ ଲେଫ୍ଟ ବ୍ୟାଙ୍କ କେନାଲର ଏକ ଅଂଶ ଭୁଶୁଡି ପଡ଼ିଥିଲା ଏବଂ କେତେକ ଶ୍ରମିକ ବାହାରକୁ ବାହାରିବାରେ ସଫଳ ହୋଇଥିବାବେଳେ ୮ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି।  ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଇଞ୍ଜିନିୟର ଏବଂ ଶ୍ରମିକଙ୍କ ପାଖକୁ ପହଞ୍ଚିଛନ୍ତି, ସେମାନଙ୍କୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

ରବିବାର ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏଥିରେ ଏନଡିଆରଏଫ, ଏସଡିଆରଏଫ, ସେନା କର୍ମଚାରୀ ଏବଂ କମ୍ପାନୀର କର୍ମଚାରୀ ସାମିଲ ହୋଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ  ରେବନ୍ତ ରେଡ୍ଡି ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛନ୍ତି ଏବଂ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦେଶ ମୁତାବକ ଜିଲାପାଳ, ଏସ୍‌ପି, ଦମକଳ ବାହିନୀ ଓ ଅନ୍ୟ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ସୁଡଙ୍ଗ ଭୁଶଡିବା ଫଳରେ କେତେକ ଶ୍ରମିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ର କୋଇଲା ମନ୍ତ୍ରୀ ଜି.କିଷାନ ରେଡ୍ଡି ଏହି ପ୍ରସଙ୍ଗ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

- Advertisement -

ଏଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ନାଗରକୁର୍ଣ୍ଣୁଲ୍ ଜିଲାରେ ଦୁର୍ଘଟଣା ସ୍ଥଳରେ ଥିବା ଦଳ ଫସି ରହିଥିବା ଲୋକଙ୍କ ନାମ ଡାକିଥିଲେ, କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଶନିବାର ଉଦ୍ଧାରକାରୀ ଦଳ ଦୁର୍ଘଟଣା ଘଟିଥିବା ସ୍ଥାନରୁ ଅଳ୍ପ ଦୂରରେ ତଥା ସୁଡ଼ଙ୍ଗ ଭିତରେ ୧୩ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ।

ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟ ମନ୍ତ୍ରୀ ଏନ ଉତ୍ତମ କୁମାର ରେଡ୍ଡୀ ଏବଂ ଜେ କୃଷ୍ଣ ରାଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି। “ଉଦ୍ଧାରକାରୀମାନଙ୍କୁ ଲୁହା, ମାଟି ଏବଂ ସିମେଣ୍ଟ ବ୍ଲକରେ ଭର୍ତ୍ତି ହୋଇଥିବା ଭଗ୍ନାବଶେଷ ସଫା କରିବାକୁ ପଡିବ। ଉଦ୍ଧାରକାରୀଦଳଗୁଡ଼ିକ ୧୩ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରିଛନ୍ତି ଯେଉଁଠାରେ ଟନେଲଟି ଭୁଶୁଡ଼ି ପଡ଼ିଥିଲା। ସେମାନେ ଶନିବାର ଦିନ ଟନେଲ୍ ବୋରିଂ ମେସିନ୍ ଶେଷ ଥର ପାଇଁ ଯେଉଁ ସ୍ଥାନରେ ରଖାଯାଇଥିଲା ସେହି ସ୍ଥାନର ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ଆମେ ପରିସ୍ଥିତିର ମୂଲ୍ୟାଙ୍କନ କରୁଛୁ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ରବିବାର କହିଛନ୍ତି।

ଆଠ ଜଣଙ୍କ ମଧ୍ୟରୁ ଛଅ ଜଣ (ଦୁଇ ଜଣ ଇଞ୍ଜିନିୟର ଏବଂ ଚାରି ଜଣ ଶ୍ରମିକ) ଜୟପ୍ରକାଶ ଆସୋସିଏଟ୍ସର ଏବଂ ଦୁଇଜଣ ଏକ ଆମେରିକୀୟ କମ୍ପାନୀର କର୍ମଚାରୀ ରହିଛନ୍ତି।

ଶ୍ରୀସାଇଲମ ଲେଫ୍ଟ ବ୍ୟାଙ୍କ କେନାଲ ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ କରାଯିବା ପରେ ଶନିବାର ସକାଳେ ପ୍ରଥମ ସିଫ୍ଟରେ ପ୍ରାୟ ୫୦ ଜଣ ବ୍ୟକ୍ତି୨୦୦ ମିଟର ଲମ୍ବା ଟନେଲ୍ ବୋରିଂ ମେସିନ୍ ସହିତ ସୁଡଙ୍ଗ ଭିତରକୁ ଯାଇଥିଲେ। ସେମାନେ ସୁଡଙ୍ଗ ଭିତରକୁ ୧୩.୫ କିଲୋମିଟର ପର୍ଯ୍ୟନ୍ତ ଯିବା ପରେ ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ମେସିନ୍ ଆଗରେ ଥିବା ଦୁଇ ଜଣ ଇଞ୍ଜିନିୟରଙ୍କ ସମେତ ଆଠ ଜଣ ସଦସ୍ୟ ଫସି ଯାଇଥିଲେ ଏବଂ ଅନ୍ୟ ୪୩ ଜଣ ସୁଡଙ୍ଗର ବାହାର ଫାଟକ ଆଡ଼କୁ ଦୌଡ଼ି  ଆସିବାରେ ସଫଳ ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀଙ୍କୁ ଘଟଣା ବିଷୟରେ ଫୋନ ଯୋଗେ ପଚାରି ବୁଝିଥିଲେ ଏବଂ ଚାଲିଥିବା ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତାର ପ୍ରତିଶ୍ରୁତି ଦେଇଥିଲେ।

ଉତ୍ତମ କୁମାର ରେଡ୍ଡି କହିଥିଲେ ଯେ “ବିଶ୍ୱର ସବୁଠାରୁ ଦୀର୍ଘ ୪୪ କିଲୋମିଟର ସୁଡଙ୍ଗ” କାମ ଶ୍ରୀସାଇଲମ ପ୍ରକଳ୍ପରୁ ପାଣି ଉଠାଇବା ଆରମ୍ଭ କରିଛି ଯାହା ନାଲଗୋଣ୍ଡା ଜିଲାରେ ଚାରି ଲକ୍ଷ ଏକର ଜମିକୁ ଜଳସେଚନ କରିବ। ୪୪ କିଲୋମିଟର ମଧ୍ୟରୁ ପ୍ରାୟ ୯.୫୦ କିଲୋମିଟର କାମ ବାକି ଅଛି, ସେ କହିଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories