www.samajalive.in
Saturday, December 13, 2025
14.1 C
Bhubaneswar

ତେଲଙ୍ଗାନା ବିଧାନସଭା ନିର୍ବାଚନ : ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ହାଇଦରାବାଦ :  ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏଥିସହିତ ସେଠାରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ୧୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷଦିନ ଥିବାବେଳେ ୧୩ ତାରିଖରେ ପ୍ରାର୍ଥିପତ୍ର ଗୁଡ଼ିକୁ ଯାଞ୍ଚ କରାଯିବ। ଆସନ୍ତା ୧୫ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ ରହିଛି। ୧୧୯ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆସନ୍ତା ୩୦ ତାରିଖରେ ହେବ। ଡିସେମ୍ବର ୩ ତାରିଖରେ ଭୋଟ୍‌‌ ଗଣତି କରାଯିବ। ସୁବିଧା ଆପ୍‌‌ ଜରିଆରେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରାଯାଇ ପାରିବ । କିନ୍ତୁ ଏହାର ଏକ ନକଲ ରିଟର୍ଣ୍ଣିଙ୍ଗ୍‌‌ ଅଫିସରଙ୍କ ପାଖରେ ଦାଖଲ କରିବାକୁ ହେବ ।
ଇତିମଧ୍ୟରେ ବଡ଼ବଡ଼ ରାଜନୈତିକ ଦଳମାନେ ସେମାନଙ୍କର ପ୍ରାର୍ଥିମାନଙ୍କର ନାମ ପ୍ରାୟତଃ ଘୋଷଣା କରିସାରିଛନ୍ତି । ଶାସକ ବିଆରଏସ ୫ଟି ଆସନକୁ ଛାଡ଼ି ବାକି ସବୁ ଆସନ ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିସାରିଛି । କଂଗ୍ରେସ ମଧ୍ୟ ୯୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଥିବା ବେଳେ ବିଜେପି ୮୮ ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି ।

କଂଗ୍ରେସ ଓ ଟିଜିଏସ  ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ସ୍ଥିର ହୋଇଥିବା ବେଳେ ସିପିଆଇଏମଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ବିଜେପି-ଜନସେନା ମେଣ୍ଟ ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନଥିବା ବେଳେ ବିଏସପି ଓ ଶର୍ମିଳାଙ୍କର ୱାଇଏସଆର ତେଲଙ୍ଗାନା ପାର୍ଟି ସେମାନଙ୍କର ପ୍ରାର୍ଥୀ ଛିଡ଼ା କରାଉଥିବା ବିଷୟ ଘୋଷଣା କରିଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ତେଲୁଗୁଦେଶମ୍‌‌ ପାର୍ଟି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବ ନାହିଁ ବୋଲି ଘୋଷଣା କରିଛି ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ ଓ ୧୧ ତାରିଖରେ ରାଜ୍ୟକୁ ଗସ୍ତରେ ଯାଉଛନ୍ତି । ଏହି ସମୟରେ ସେ ପାର୍ଟି ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ । ଇତିମଧ୍ୟରେ ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଆଜି ଅର୍‌‌ମୁର୍‌‌ ର ମୁଥୋଲେ ଓ କୋରୁତଲା ଠାରେ ପ୍ରଜା ଆଶୀର୍ବାଦ ସଭାରେ ଉଦ୍‌‌ବୋଧନ ଦେଇଛନ୍ତି ।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories