ସୋମାଲିକାଙ୍କ ଆବେଦନ ହାଇକୋର୍ଟରେ ଖାରଜ
କଟକ: ବିଧାୟକ ବିଜୟଶଙ୍କର ଓ ସୋମାଲିକା ବିବାଦ ମାମଲାର ନୂଆମୋଡ଼ ନେଇଛି। ସୋମାଲିକାଙ୍କ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଛନ୍ତି। ବିବାହ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ମାମଲା ଚାଲୁଥିବାରୁ ଖାରଜ। ତଳକୋର୍ଟରେ ମାମଲା ଚାଲୁଥିବାରୁ ହସ୍ତକ୍ଷେପ କରିବାକୁ ମନା କରିଥିଲେ।
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢିବାରେ ଳାଗିଛି। କଟକ ସବ୍ରେଜିଷ୍ଟ୍ରୀ ଅଫିସରେ ତାଙ୍କ ବାନ୍ଧବୀ ସୋମାଲିକା ଅଭିଯୋଗ କରିଛନ୍ତି। ପୂର୍ବରୁ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ସବ୍ରେଜିଷ୍ଟ୍ରାରଙ୍କ ପାଖରେ ଆବେଦନ କରିଥିଲେ। ତେବେ ବାନ୍ଧବୀ ସୋମାଲିକା, କଟକ ସବ୍ରେଜିଷ୍ଟ୍ରୀ ଅଫିସରେ ପହଞ୍ଚି ଅଭିଯୋଗ କରିଛନ୍ତି। ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ଅନୁମତି ଦେବାକୁ ବିଜୟଶଙ୍କର କଟକ ସବ୍ରେଜିଷ୍ଟ୍ରାରଙ୍କ ପାଖରେ ଆବେଦନ କରିଥିଲେ।
Comments are closed.