www.samajalive.in
Monday, December 8, 2025
24.1 C
Bhubaneswar

ପତ୍ନୀ ଐଶ୍ଵର୍ଯ୍ୟାଙ୍କ ଭୟରେ ଆସନ ବଦଳାଇଲେ ଲାଲୁ ନନ୍ଦନ ତେଜପ୍ରତାପ: ମହୁଆ ଆସନ ବଦଳରେ ହାସନପୁରରୁ ନେଲେ ଟିକେଟ

ପତ୍ନୀଙ୍କ ଭୟରେ ଲାଲୁଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ ନିଜର ଆସନ ବଦଳାଇଛନ୍ତି । ପତ୍ନୀ ଐଶ୍ଵର୍ଯ୍ୟାଙ୍କୁ ଜେଡ଼ିୟୁ ମହୁଆ ଆସନରୁ ପ୍ରାର୍ଥୀ କରିବାର ଚର୍ଚା ଚାଲିଥିବାରୁ ନିଜର ପାରମ୍ପରିକ ଆସନ ଛାଡ଼ି ତେଜପ୍ରତାପ ହାସନପୁରରୁ ପ୍ରାର୍ଥୀ ହେବା ଲାଗି ଟିକେଟ ନେଇଛନ୍ତି । ଯଦିଓ ଐଶ୍ଵର୍ଯ୍ୟାଙ୍କ ପରିିବର୍ତ୍ତେ ଜେଡ଼ିୟୁ ରାଜକୁମାର ରାୟଙ୍କୁ ମହୁଆ ଆସନରୁ ଟିକେଟ ଦେଇଛି, ତଥାପି ପରାଜୟ ଭୟ ତେଜପ୍ରତାପଙ୍କୁ ଭୟଭୀତ କରିଛି ।

- Advertisement -

ତେଜ ପ୍ରତାପ ଯାଦବ ୨୦୧୮ ମେ ୧୨ ତାରିଖରେ ରେ ତତ୍କାଳୀନ ଆରଜେଡି ବିଧାୟକ ତଥା ବର୍ତ୍ତମାନ ଜେଡିୟୁ ନେତା ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ଵର୍ଯ୍ୟାଙ୍କୁ ବିବାହ କରିଥିଲେ । ମାତ୍ର ସେମାନଙ୍କ ବିବାହ ଦୀର୍ଘସ୍ଥାୟୀ ହୋଇ ନ ଥିଲା ତେଜପ୍ରତାପ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ ।  ଏହା ପରେ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଧୀରେ ଧୀରେ ଖରାପ ହୋଇଛି ଏବଂ ତେଜ ପ୍ରତାପଙ୍କ ଛାଡପତ୍ର ମାମଲା କୋର୍ଟରେ ବିଚାରାଧୀନ ଅଛି। ଏହି ସମୟରେ ଲାଲୁ ଏବଂ ଚନ୍ଦ୍ରିକା ରାୟ ମଧ୍ୟ ପରସ୍ପରଠାରୁ ଅଲଗା ହୋଇ ଯାଇଛନ୍ତି । ଲାଲୁଙ୍କ ଦଳ ଛାଡ଼ି ଚନ୍ଦ୍ରିକା ଜେଡ଼ିୟୁରେ ସାମିଲ ହୋଇଛନ୍ତି । ଏହି ସ୍ଥିତିରେ ତେଜପ୍ରତାପଙ୍କ ପତ୍ନୀ ତଥା ଚନ୍ଦ୍ରିକାଙ୍କ ଝିଅକୁ ଜେଡ଼ିୟୁ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଆରଜେଡ଼ି ଓ ଏହାର ନେତାମାନଙ୍କ ବିରୋଧରେ ପ୍ରଚାରରେ ଲଗାଇବାର ସମ୍ଭାବନା ରହିଛି ।

ଲାଲୁଙ୍କ ସମୁଦି ଚନ୍ଦ୍ରିକା ରାୟଙ୍କ ପାରମ୍ପରିକ ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧରେ ଆରଜେଡ଼ି ସହଯୋଗୀ ଦଳର ଛତିଲାଲ ରାୟଙ୍କୁ ପ୍ରାର୍ଥୀ ଭାବରେ ମନୋନୀତ କରିଛି । ଦୁଇ ପରିବାର ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଏହି ସ୍ଥିତିରେ ଐଶ୍ଵର୍ଯ୍ୟାଙ୍କ ଭୟରେ ତେଜପ୍ରତାପ ନିଜ ଆସନ ପରିବର୍ତନ କରିଛନ୍ତି ବୋଲି କୁହାଯାଉଛି । ଐଶ୍ଵର୍ଯ୍ୟା ପ୍ରଚାର ମଇଦାନକୁ ଓହ୍ଲାଇଲେ ତେଜପ୍ରତାପ ପରାଜିତ ହେବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ବିଜେପି କହିଛି ଯେ ତେଜପ୍ରତାପ ଯେଉଁଠି ବି ଠିଆ ହୁଅନ୍ତୁ ନା କାହିଁକି ତାଙ୍କ ପରାଜୟ ନିଶ୍ଚିତ । ଦଳର ମୁଖପାତ୍ର ସଞ୍ଜୟ ଟାଇଗର ତେଜପ୍ରତାପଙ୍କୁ ପରାଜିତ କରିବା ପାଇଁ ତାଙ୍କ ଦଳ ଆଦୌ କୌଣସି ସୁଯୋଗକୁ ହାତଛଡ଼ା କରିବ ନାହିଁ ବୋଲି କହିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories