www.samajalive.in
Thursday, December 11, 2025
18.1 C
Bhubaneswar

ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟଣା; ଗୁଣପୁର ତହସିଲଦାର ନିଳମ୍ବିତ

ଗୁଣପୁର : ଗତ ଶୁକ୍ରବାର ଦିନ ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟି କାମ କରୁଥିବାବେଳେ ୩ ଜଣ ଶ୍ରମିକଙ୍କ ମୃତ୍ୟୁବରଣ କରିବା ଘଟଣାକୁ ରାଜ୍ୟ ସରକାର ଗୁରୁତର ଭାବେ ନେଇ ଆଜି ଗୁଣପୁର ତହସିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେହିଭଳି ପୂର୍ବରୁ ଜିଲାପ୍ରଶାସନ ପକ୍ଷରୁ ମଧ୍ୟ ଏହି ଘଟଣାରେ ସଂପୁକ୍ତ ୬ଜଣଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି।
ସ୍ଥାନୀୟ ଗୁଣପୁର ସହରର ନିକଟସ୍ଥ ଓକିଲ ଗୁଡା ପଥର ଖାଦାନ ପରିବେଶ ମଞ୍ଜୁରୀ ନଥିବା ସହ ବିସ୍ପୋରଣ ଅନୁମତି, ଜଙ୍ଗଲ ବିଭାଗ, ପ୍ରଦୂଷଣ ଅନୁମତି ନଥାଇ ସ୍ଥାନୀୟ ରାଜସ୍ୱ ବିଭାଗ ଜାଣତରେ ବେଧଡକ ପଥର ଖନନ ଯୋଗୁଁ ଅକାଳରେ ୩ଜଣଙ୍କ ଜୀବନ ଯିବା ଘଟଣାକୁ ଜିଲାପାଳ ପ୍ରମୋଦ କୁମାର ବେହେରା ଅତି ଗୁରୁତର ଭାବେ ଗ୍ରହଣ କରିଛନ୍ତି। ରାୟଗଡା ଜିଲାପାଳ ପ୍ରମୋଦ କୁମାର ବେହେରା ଗତ ୧୯ ତାରିଖ ସନ୍ଧ୍ୟାରେ ଗୁଣପୁର ତହସିଲଦାର ଲକ୍ଷ୍ଣୀନାରାୟଣ ସାବତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟସରକାରଙ୍କୁ ଅବଗତ କରାଇଥିଲେ। ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗର ଚିଠି ନଂ ୩୦୩୮୮ ତା- ୨୧.୧୦.୨୦୨୦ ଅନୁଯାୟୀ ତହସିଲଦାର ଲକ୍ଷ୍ଣୀନାରାୟଣ ସାବତଙ୍କୁ ନିଳମ୍ବିତ କରାଯାଇଛି।

ଶ୍ରୀ ସାବତ ଜିଲାପାଳ ଅଫିସରେ ହାଜିରା ହେବା ସହ କୌଣସି ଛୁଟିରେ ଯାଇପାରିବେ ନାହିଁ ବୋଲି ଏହି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଉକ୍ତ ତହସିଲଦାରଙ୍କ ବିରୋଧରେ ଡ୍ରାଫ ଚାର୍ଜ କରି ସବିଶେଷ ରିପୋର୍ଟ ଜିଲାପାଳ ତୁରନ୍ତ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବାକୁ ପ୍ରିନ୍ସପାଲ ସେକ୍ରେଟେରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସେହିଭଳି ଅତିରିକ୍ତ ତହସିଲଦାର କୁଶ ଗରଡିଆ, ରାଜସ୍ୱ ସୁପରଭାଇଜର ସରତ ଚନ୍ଦ୍ର ଆନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଛି। ସଦର ଆରଆଇ ସନ୍ତୋଷ କୁମାର ପଣ୍ଡା, ଏଆରଆଇ ସନ୍ତୋଷ କୁମାର ଦାଶ ଠିକାରେ ଚାକିରୀ କରୁଥିବାରୁ ଏମାନଙ୍କୁ ଚାକିରୀରୁ କାହିଁକି ବହିଷ୍କାର କରାଯିବ ନାହିଁ ସେନେଇ ୩ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଛି। ସଦରର ଅନ୍ୟ ଜଣେ ଏଆରଆଇ ଅନୁପ କୁମାର ମାର୍ଥାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସରକାର ଓ ଜିଲାପ୍ରଶାସନର ଏଭଳି କଠୋର କାର୍ଯ୍ୟାନୁଷ୍ଠାନକୁ ନେଇ ଅସାଧୁ ରାଜସ୍ୱ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବିନା ଅନୁମତିରେ ସହରଠାରୁ ଏକ କିମି ଦୂରତ୍ୱରେ ଏଭଳି ବେଆଇନ କାର୍ଯ୍ୟ କରି କୋଟି କୋଟି ଟଙ୍କାରେ ଖାଦାନ ମାଲିକ କୋଟିପତି ସାଜିଥିବା ବେଳେ ପୁଲିସ, ଜଙ୍ଗଲ ବିଭାଗ, ପ୍ରଦୂଷଣ ବୋର୍ଡ, ଶ୍ରମ ବିଭାଗର ଅଧିକାରୀମାନେ ମୋଟା ଅଙ୍କର ମୁନାଫା ନେଇ ନିରବଦ୍ରଷ୍ଟା ସାଜିବା ହିଁ ଏଭଳି ଅଘଟଣର ମୁଖ୍ୟ କାରଣ ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଉଲ୍ଲେଖ ଯୋଗ୍ୟ, ଗତ ଶୁକ୍ରବାର ଅପରାହ୍ନ ୩ଟାରେ ଏହି ପଥର ଖାଦାନରେ ପ୍ରାୟ ୧୫ଜଣରୁ ଉର୍ଦ୍ଧ୍ବ ଶ୍ରମିକ ପଥର ସଂଗ୍ରହ କରୁଥିଲେ। ଏହି ଅବସ୍ଥାରେ ପୁର୍ବରୁ ଖାଦାନର ବଡ଼ ବଡ଼ ପଥରରେ ରନ୍ଧ୍ରକରି ବାରୁଦ ଭରି ହୋଇଥିବା ଏକ ସ୍ଥାନରେ ହଠାତ୍‍ ବିସ୍ପୋରଣ ଘଟିଥିଲା। ଫଳରେ ଆଖି ପିଛୁଳାକେ ଅନେକ ଶ୍ରମିକଙ୍କ ମୃତ ଓ ଆହାତ ଭଳି ପରିସ୍ଥିତି ଦେଖା ଦେଇଥିଲା। ଏହି ବିସ୍ପୋରଣ ବେଳେ ଏତେ ଜୋରରେ ଶବ୍ଧ ହୋଇଥିଲା ଯେ ଆଖପାଖ ଅଞ୍ଚଳ ଲୋକ ଭୟଭିତ ହୋଇପଡିଥିଲେ। ଏଭଳି ଭୟଭୟ ଅଘଟଣ ସ୍ଥଳରେ ହିଁ ଜୋମେସ ଶବର, କୂଳବତୀ ଶବର ଓ ଡୁଡି ଶବର ମୃତ୍ୟୁବରଣ କରିଥିଲେ। ଘଟଣା ପରେ ଅତିରିକ୍ତ ଜିଲାପାଳ ଶରତ ପଣ୍ଡା, ଉପଜିଲାପାଳ ସୋନାଲ ଜେନା, ରାୟଗଡା ପୁଲିସି ଏସପି ଶ୍ରର୍ବଣା ବିବେକ ଏମ୍ ସମେତ ସାଇଣ୍ଟିଫିକ ଟିମ୍ ତଦନ୍ତ ଜାରୀ ରଖିଛନ୍ତି। ଅନ୍ୟପକ୍ଷରେ ଥାନାରେ ପ୍ରତାପ ଯୋଗୀ, ଘାଷି ଯୋଗୀ, ପ୍ରଦୀପ ଯୋଗୀଙ୍କ ନାମରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଏମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ସରକାର ଓ ଜିଲାପାଳ ଘଟଣାକୁ ଗୁରୁତର ସହ ନେଇଥିବାବେଳେ କେବଳ ଜଣେ ଖାଦାନର କର୍ମଚାରୀଙ୍କୁ ଗିରଫ କରି ପୁଲିସ ହାତବାନ୍ଧି ବସିବା ଘଟଣା ସାଧାରଣରେ ଅସନ୍ତୋଷ ତିବ୍ର ହେବାରେ ଲାଗିଛି। ତେଣୁ ଏଭଳି ଅଘଟଣର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories