www.samajalive.in
Wednesday, December 10, 2025
18.1 C
Bhubaneswar

ଆଜି ପୁଲିସ ସ୍ମାରକୀ ଦିବସ

ଆଜି ସାରା ଦେଶରେ ପୁଲିସ ସ୍ମାରକୀ ଦିବସ ପାଳିତ ହେଉଛି। ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖ ଦିନଟିକୁ ପୁଲିସ ସ୍ମାରକୀ ଦିବସ ଭାବେ ପାଳନ କରାଯାଇଥାଏ। ଦେଶ ପାଇଁ ପୁଲିସ ଯବାନମାନଙ୍କର ବଳିଦାନ ଓ କର୍ତ୍ତବ୍ୟ ପରାୟଣତା ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ୧୯୫୯ ମସିହାର ଆଜିର ଦିନରେ ସିଆରପିଏଫ୍‍ ନେତୃତ୍ୱରେ ଲଦାଖରେ ଏକ ସାହସିକ ତଥା ବୀରତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସିଆରପିଏଫ୍‍ ଓ ଗୋଇନ୍ଦା ବ୍ୟୁରୋର ଏକ ୨୦ ଜଣିଆ ଦଳ ନିଖୋଜ ହୋଇଥିବା ଏକ ପହରାଦାର ଦଳକୁ ଠାବ କରିବାକୁ ଯାଇଥିବା ବେଳେ ଚୀନ୍‍ ସୈନ୍ୟମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଚୀନ ପକ୍ଷରୁ ଏଭଳି ଆକସ୍ମିକ ଆକର୍ମଣ ସତ୍ତ୍ବେ ସେମାନେ ଚୀନ ସୈନ୍ୟଙ୍କ ବିପକ୍ଷରେ ବୀରତ୍ୱର ସହ ଲଢ଼ିଥିଲେ ଓ ଶହୀଦ ହୋଇଯାଇଥିଲେ।

- Advertisement -

ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ସେହି କାର୍ଯ୍ୟାନୁଷ୍ଠାନରେ ସେତେବେଳେ ଶହୀଦ ହୋଇଥିବା ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଟ୍ୱିଟ୍‍ କରି ଶ୍ରୀ ନାଇଡୁ କହିଛନ୍ତି, ଦେଶ ସେମାନଙ୍କର ବଳିଦାନ ଓ ବୀରତ୍ୱ ପାଇଁ ସେମାନଙ୍କ ନିକଟରେ ଚିରକୃତଜ୍ଞ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଲିସ ସ୍ମାରକୀ ଦିବସ ଅବସରରେ ଶହୀଦ ପୁଲିସ୍‍ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।


କିଛି ଟ୍ୱିଟ୍‍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି, ପୁଲିସ ସ୍ମାରକୀ ଦିବସ ଦେଶର ସମସ୍ତ ପୁଲିସ କର୍ମଚାରୀ ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି। ସେ କହିଛନ୍ତି, ସେମାନଙ୍କର ବଳିଦାନ ଓ ସେବା ଚିର ସ୍ମରଣୀୟ ହୋଇ ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଇନଶୃଙ୍ଖଳା ରକ୍ଷାକରିବା ଠାରୁ ଆରମ୍ଭ କରି ଜଘନ୍ୟ ଅପରାଧ ଘଟଣାଗୁଡ଼ିକର ସମାଧାନ କରିବା ଓ ବିଭିନ୍ନ ଦୁର୍ବିପାକ ସମୟରେ ସହାୟତା କରିବା ଭଳି କାର୍ଯ୍ୟ ପାଇଁ ପୁଲିସ୍‍ ଯବାନମାନେ ସର୍ବଦା ତତ୍ପର ରହିଆସିଛନ୍ତି। ସେ କହିଛନ୍ତି, ଦେଶର ନାଗରିକମାନଙ୍କୁ ସହାୟତା କରିବା ପାଇଁ ସେମାନଙ୍କର ଇଚ୍ଛା ଓ ପ୍ରସ୍ତୁତି ପାଇଁ ଦେଶ ଗର୍ବ ଅନୁଭବ କରୁଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories