www.samajalive.in
Monday, December 8, 2025
13.1 C
Bhubaneswar

ସାମ୍ନାକୁ ଆସିଲା ଜନ୍‌ଙ୍କ ଫିଲ୍ମ ‘ତେହରାନ’ର ପ୍ରଥମ ଲୁକ୍‌

ମୁମ୍ବଇ: ବଲିଉଡ଼ ଅଭିନେତା ଜନ୍‌ ଆବ୍ରାହମ୍‌ ନିଜ ଆଗାମୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ। ଏବେ ସେ ‘ଏକ୍‌ ଭିଲେନ୍‌ ରିଟର୍ନସ୍‌’ର ପ୍ରମୋସନ କରୁଛନ୍ତି, ଯେଉଁଥିରେ ଅର୍ଜୁନ କପୁର, ତାର ସୁତାରିଆ ଏବଂ ଦିଶା ପଟାନି ତାଙ୍କ ସହ ନଜର ଆସିବେ। ଇତି ମଧ୍ୟରେ ଜନ୍ ଆଉ ଏକ ଚଳଚ୍ଚିତ୍ର ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖୁବଶୀଘ୍ର ଜନ୍ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ତେହରାନ’ରେ ନଜର ଆସିବେ। ସେ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କରି ଦେଇଛନ୍ତି ଏବଂ ଆଜି ଏହି ଫିଲ୍ମରୁ ଜନ୍‌ଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ମେଡକ୍‌ ଫିଲ୍ମସ୍‌ ଜନ୍‌ ଆବ୍ରାହମ୍‌ଙ୍କ ଆଗାମୀ ଚଳଚ୍ଚିତ୍ରର ଘୋଷଣା କରି ଟ୍ବିଟରରେ ଏକ ଭିଡିଓ ଶେୟାର କରିଛି, ଯେଉଁଥିରେ ଅଭିନେତାଙ୍କ ପ୍ରଥମ ଲୁକ୍‌ ଦେଖିବାକୁ ମିଳିଛି। ମାତ୍ର କିଛି ସେକେଣ୍ଡର ଏହି ଭିଡିଓରେ ଜନ୍ କଡ଼ା ସ୍ବଭାବ ସହ ନଜର ଆସିଛନ୍ତି। ତାଙ୍କର ଏହି ଲୁକ୍ ମଧ୍ୟ କାହାକୁ ଭୟଭୀତ କରିବା ପାଇଁ  ଯଥେଷ୍ଟ।

ମେଡକ୍‌ ଫିଲ୍ମସ୍‌ ଜନ୍‌ଙ୍କ ପ୍ରଥମ ଲୁକ୍‌ ଶେୟାର କରି ଲେଖିଛନ୍ତି, ‘‘ଲାଇଟ୍‌, କ୍ୟାମେରା ଓ ହାଲ୍‌କା ଆକ୍ସନ ସହ ତେହରାନ୍‌ର ଶୁଟିଂ ଆରମ୍ଭ।’’ ଜନ୍‌ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିଛନ୍ତି, ଯାହାକୁ ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି।

- Advertisement -

ସତ୍ୟ ଘଟଣା ଉପରେ ଆଧାରିତ ଜନ୍‌ଙ୍କ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ‘ତେହରାନ’ ଅରୁଣ ଗୋପାଳନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଇରାନରେ ଏହାର ଶୁଟିଂ କରାଯିବ। ଏହି ଚଳଚ୍ଚିତ୍ରର କାହାଣୀ ରିତେଶ ଶାହ ଏବଂ ଆଶିଷ ପ୍ରକାଶ ବର୍ମା ଲେଖିଛନ୍ତି। ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ।

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories