www.samajalive.in
Saturday, December 6, 2025
19.1 C
Bhubaneswar

୬ହଜାର ଏମ୍‌ଏଚ୍ ବ୍ୟାଟେରୀ ସହ ଟେକ୍‌ନୋ ପୋଭା ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ : ଟେକ୍ନୋ ମୋବାଇଲର ନୂତନ ସ୍ମାର୍ଟଫୋନ୍ ଟେକ୍‌ନୋ ପୋଭାକୁ ଭାରତରେ ଲଞ୍ଚ କରାଯାଇଛି ।ମିଡିଆଟେକର ଗେମିଙ୍ଗ ପ୍ରୋସେସର ହିଲିଓ ଜି୮୦କୁ ଟେକ୍‌ନୋ ପୋଭାରେ ୬ହଜାର ଏମ୍‌ଏଚର ଶକ୍ତିଶାଳୀ ବ୍ୟାଟେରୀ ଦିଆଯାଇଛି । ଏହି ଫୋନରେ ଦୁଇଟି ପଛ କ୍ୟାମେରା ଦିଆଯାଇଛି ।
ଟେକ୍‌ନୋ ପୋଭାର ୪ ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜର ମୂଲ୍ୟ ୯ହଜାର ୯୯୯ ଟଙ୍କା ଏବଂ ୬ ଜିବି ରାମ ସହିତ ୧୨୮ଜିବି  ଷ୍ଟୋରେଜର ମୂଲ୍ୟ ୧୧ହଜାର ୯୯୯ ଟଙ୍କା ରହିଛି। ଟେକ୍‌ନୋ ପୋଭାର ପ୍ରଥମ ବିକ୍ରି ଡିସେମ୍ବର ୧୧ମଧ୍ୟାହ୍ନ ୧୨ଟାରୁ ଫ୍ଲିପକାର୍ଟରେ ହେବ ।
ଟେକ୍‌ନୋ ପୋଭାର ୬.୮ଇଞ୍ଚ ଏଚଡି ପ୍ଲସ୍ ଡିସପ୍ଲେ ରହିଛି । ଏହି ଫୋନରେ ଆଣ୍ଡ୍ରଏଡ୍ ୧୦ ଆଧାରିତ ଏଚଆରଓଏସ୍ ୭.୦ ରହିଛି । ଏହା ବ୍ୟତୀତ, ଫୋନରେ ୪/୬ ଜିବି ରାମ ଏବଂ ୬୪/୧୨୮ ଜିବି ଷ୍ଟୋରେଜ୍ ପାଇବ । ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ବୃଦ୍ଧି କରାଯାଇପାରିବ ।ଏହାର କ୍ୟାମେରା ବିଷୟରେ କହିବାକୁ ଗଲେ, ଏହି ଫୋନରେ ଚାରୋଟି ପଛ କ୍ୟାମେରା ରହିଛି ।ଯାହାର ମୁଖ୍ୟ ଲେନ୍ସ ୧୬ ମେଗାପିକ୍ସେଲ ହୋଇଥିବାବେଳେ ଦ୍ୱିତୀୟ ଲେନ୍ସ ୨ ମେଗାପିକ୍ସେଲ, ତୃତୀୟ ଲେନ୍ସ ୨ ମେଗାପିକ୍ସେଲ ଏବଂ ଚତୁର୍ଥ ଲେନ୍ସ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ।
ଟେକ୍‌ନୋ ପୋଭାରେ ୧୮ ୱାଟ ଫାଷ୍ଟ ଚାର୍ଜର ସହିତ ଏକ ବଡ଼ ୬ହଜାର ଏମଏଚ୍ ବ୍ୟାଟେରୀ ରହିଛି ।ଗୁଗୁଲରେ ଆସିଷ୍ଟାଣ୍ଟ ପାଇଁ ଏକ ପୃଥକ ବଟନ୍ ଫୋନରେ ଉପଲବ୍ଧ ରହିଛି ।ଫୋନର ପଛ ପ୍ୟାନେଲରେ ଏକ ଫିଙ୍ଗର ପ୍ରିଣ୍ଟ ସେନସର ମଧ୍ୟ ରହିଛି ।ଏହି ଫୋନରେ ବ୍ଲୁଟୁଥ୍ ୫.୦, ୱାଇ-ଫାଇ, ଡୁଆଲ୍ ଏଲଟିଇ, ଜିପିଏସ୍ ଏବଂ ୩.୫ ଏମଏମ୍ ହେଡଫୋନ୍ ଜ୍ୟାକ୍ ରହିଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories