www.samajalive.in
Monday, December 8, 2025
13.1 C
Bhubaneswar

ଶୌଚାଳୟର ବର୍ଜ୍ୟଜଳ ଜୈବିକ ଫିଲ୍‌ଟର ଜରିଆରେ ବିଶୋଧନ ପ୍ରଯୁକ୍ତିର ବିକାଶକଲା ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍‍

ଭୁବନେଶ୍ୱର: ଅମ୍ରିତା ବିଶ୍ୱ ବିଦ୍ୟାପୀଠମର ସ୍କୁଲ ଅଫ୍ ବାୟୋଟେକନୋଲୋଜି ଶୌଚାଳୟରୁ ନିର୍ଗତ ହେଉଥିବା ବର୍ଜ୍ୟଜଳ ବହୁସ୍ତରୀୟ ଜୈବିକ ଫିଲଟର (ବ୍ୟାକ୍‌ଟେରିଓଫେଗସ୍‌, ସ୍ପେଶିଫିକ ଆଲଗି, ବ୍ୟାକଟେରିଆଲ କନସୋର୍ଟିଆ, ଏଣ୍ଟେରିକ ପାଥୋଜେନ ଏବଂ ଆକ୍ୱାଟିକ ପ୍ଲାଣ୍ଟ ବିରୁଦ୍ଧରେ ବିଭିନ୍ନ ଜୈବିକ ନିୟନ୍ତ୍ରଣକାରୀ ଏଜେଣ୍ଟ)ଜରିଆରେ ବିଶୋଧନ କରିବାକୁ ଏକ ସ୍ୱତନ୍ତ୍ର ପ୍ରଯୁକ୍ତିର ଆବିଷ୍କାର କରିଛି । ବିଲ୍‍ ଆଣ୍ଡ ମେଲିଣ୍ଡା ଗେଟସ ଫାଉଣ୍ଡେସନ, ବାୟୋଟେକନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି), ଜୈବ ପ୍ରଯୁକ୍ତି ବିଭାଗ (ଭାରତ ସରକାର), ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (ଭାରତ ସରକାର) ଏବଂ ଆଇସି-ଇମ୍ପାକ୍ଟ, କାନାଡା ଆଦି ଜାତୀୟ ଓ ଆନ୍ତର୍ଜାତିକ ସଂସ୍ଥାଗୁଡିକର ପାଣ୍ଠି ସହାୟତାରେ ଏହି ପ୍ରଯୁକ୍ତିର ବିକାଶ କରାଯାଇଛି । ଓଡ଼ିଶାର ଗୁପ୍ତାପଡାଠାରେ ଏକ ପ୍ରକଳ୍ପରେ ଅର୍ନ୍ତଗତ ଅମ୍ରିତା ବିଶ୍ୱବିଦ୍ୟାଳୟର ଆମ୍ମାଚି ଲାବ୍ ସହାୟତାରେ ସାନିଟେସନ ବାୟୋଟେକନୋଲୋଜି ଲାବ୍‍ ପକ୍ଷରୁ ଏହି ପ୍ରଯୁକ୍ତିକୁ ଶୌଚାଳୟର ବର୍ଜ୍ୟଜଳ ବିଶୋଧନ କରିବାକୁ ଉପଯୋଗ କରାଯାଉଛି । ଏହି ପ୍ରକଳ୍ପରେ ବର୍ଜ୍ୟଜଳକୁ କୃଷି ଓ ମତ୍ସ୍ୟଚାଷ ନିମନ୍ତେ ପୁନଃ ବ୍ୟବହାରଯୋଗ୍ୟ କରାଯାଉଛି । ଅମ୍ରିତା ବିଶ୍ୱବିଦ୍ୟାଳୟର ସାନିଟେସନ ବାୟୋଟେକନୋଲୋଜି (ପରିମଳ ଜୈବପ୍ରଯୁକ୍ତି) ଲାବ୍‍ ଏ କ୍ଷେତ୍ରରେ ଦୁଇଟି ମଡେଲ ପରୀକ୍ଷଣ କରୁଛି । ସେଥିମଧ୍ୟରୁ ଗୋଟିଏ ମଡେଳ ହେଉଛି ଭୂଲମ୍ବ ବଗିଚା (ଭର୍ଟିକାଲ ଗାର୍ଡନ), ଏହା ସେହି ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଯେଉଁଠାରେ ସ୍ଥାନାଭାବ ରହିଛି ଏବଂ ଅନ୍ୟଟି ହେଉଛି ଭୂସମାନ୍ତର ବଗିଚା (ହୋରାଇଜଣ୍ଟାଲ ଗାର୍ଡନ), ଯେଉଁଠାରେ ସ୍ଥାନର ଅଭାବ ନାହିଁ । ଉଭୟ କ୍ଷେତ୍ରରେ ବିଭିନ୍ନ ଜୈବିକ ଫିଲଟର ମଧ୍ୟଦେଇ ବର୍ଜ୍ୟଜଳ ପ୍ରବାହିତ ହେବା ସହିତ ପ୍ରଦୂଷଣ ହ୍ରାସ କରିବା ସହିତ ଉଦ୍ଭିଦର ଅଭିବୃଦ୍ଧି କରି ସମ୍ପଦ ସୃଷ୍ଟି ଏବଂ ସୌନ୍ଦର୍ଯ୍ୟକରଣରେ ସହାୟକ ହେଉଛି । ମାତା ଅମ୍ରିତାନନ୍ଦମୟୀ ମଠ ଏହାଦ୍ୱାରା ହାତକୁ ନିଆଯାଇଥିବା ୧୦୧ଟି ଗ୍ରାମରେ ଅନୁରୂପ ମଡେଲ କାର୍ଯ୍ୟକାରୀ କରିବା ବିଷୟ ବିଚାର କରୁଛି । ବର୍ଜ୍ୟଜଳ ବିଶୋଧନ ବ୍ୟତୀତ ଭୂଲମ୍ବ / ଛାତ ଉପର ବଗିଚାର ମାତ୍ରାଧିକ ଉତ୍ତାପ, ବାୟୁ ପ୍ରଦୂଷଣ ଏବଂ ଏପରିକି ସହରାଞ୍ଚଳରେ ବନ୍ୟା ନିୟନ୍ତ୍ରଣ କରିବାର ଯଥେଷ୍ଟ ସାମର୍ଥ୍ୟ ରଖୁଛି । ବିଶ୍ୱବିଦ୍ୟାଳୟ ସମ୍ପ୍ରତି ସହରାଞ୍ଚଳରେ ମଧ୍ୟ ଅନୁରୂପ ବଗିଚା କାର୍ଯ୍ୟକାରୀ କରିବାକୁ ସହଭାଗୀ ସନ୍ଧାନ କରୁଛି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories