www.samajalive.in
Tuesday, December 9, 2025
15.1 C
Bhubaneswar

ଭୁବନେଶ୍ୱରରେ ବାୟରର ୧୦୦ତମ ବିଏଲଏଫ ସେଂଟର ଉଦଘାଟିତ

ଭୁବନେଶ୍ୱର: ବାୟର୍ ପକ୍ଷରୁ ଭୁବନେଶ୍ୱରଠାରେ ଏହାର ୧୦୦ତମ ବିଏଲଏଫ୍ ସେଂଟର ଉଦଘାଟିତ ହୋଇଛି । ବାୟର୍ ନଭେମ୍ବର ୨୦୨୦ରେ ଏହାର ପ୍ରଥମ ସେଂଟର ଉଦ୍ଘାଟନ ପରଠାରୁ ଓଡିଶାରେ ଅନେକ ବିଏଲଏଫ୍ ସେଂଟର୍ ସ୍ଥାପନ କରିଛି । ଅଂଶଗ୍ରହଣକାରୀ କୃଷକମାନେ ବିଏଲଏଫ୍ ସେଂଟରଗୁଡିକ ମାଧ୍ୟମରେ ଫସଲ ଅମଳକୁ ଦୁଇ ଗୁଣ ବୃଦ୍ଧି କରିବା ଓ କୃଷି ଆୟକୁ ତିନି ଗୁଣ ବଢାଇବା ସହ କୃଷି ଉଦ୍ୟୋଗର ଅଭ୍ୟାସ କରିବା ଓ ଅତିରିକ୍ତ ଆୟ ପାଇବା ପାଇଁ ସୁଯୋଗ ହାସଲ କରିଛନ୍ତି । ଏହି ୧୦୦ତମ କେନ୍ଦ୍ରକୁ ପିଏ ଆଣ୍ଡ୍ ସଷ୍ଟେନେବିଲିଟି (ସାଉଥ୍ ଏସିଆ)ର ଭିପି ଓ କଂଟ୍ରି ଗ୍ରୁପ୍ ହେଡ, ରଚନା ପଣ୍ଡା ଏବଂ ଓଡିଶାର ଜଣେ ଯୁବ ଉଦ୍ୟୋଗୀ ଅରୁଣ କୁମାର ସାହୁ ଉଦ୍ଘାଟନ କରିଛନ୍ତି । ଏହି ଶୁଭାରମ୍ଭ ଅବସରରେ ରଚନା ପଣ୍ଡା କହିଛନ୍ତିଯେ, ଭାରତରେ ୧୨୫ ବର୍ଷର ବିଶେଷଜ୍ଞତା ସହିତ ବାୟର୍ କ୍ଷୁଦ୍ର ଚାଷୀମାନଙ୍କୁ ଫସଲ ଅମଳ ବୃଦ୍ଧି କରିବା ଓ ସ୍ଥାୟୀ ଆୟ ହାସଲ କରିବାରେ ସାହାଯ୍ୟ କରିଆସୁଛି । ୨୦୨୫ ସୁଦ୍ଧା ଆମେ ଭାରତରେ ୨.୫ ମିଲିୟନ କ୍ଷୁଦ୍ର ଚାଷୀଙ୍କୁ ସେବା ପ୍ରଦାନ କରିବା ପାଇଁ ୫୦୦୦ ଗ୍ରାମୀଣ କୃଷି ଉଦ୍ୟୋଗୀଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ଏଥିସହିତ ଆମେ ମହିଳା କ୍ଷୁଦ୍ର ଚାଷୀମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ କୃଷକ ଓ ଉଦ୍ୟୋଗୀ ଭାବେ ସଶକ୍ତ କରି ସେମାନଙ୍କୁ ମୁଖ୍ୟଧାରାର କୃଷି କ୍ଷେତ୍ରରେ ସାମିଲ କରିବା ପାଇଁ କାର୍ଯ୍ୟ କରୁଛୁ ଯାହାଫଳରେ ସେମାନେ ସ୍ଥାନୀୟ ଯୁବପିଢିଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ନିଜସ୍ୱ ବିଏଲଏଫ୍ ସେଂଟରଗୁଡିକୁ ପରିଚାଳନା କରିପାରିବେ । ବାଧାହୀନ ଜ୍ଞାନ ସ୍ଥାନାନ୍ତରଣ ପ୍ରଦାନ କରିବା, କୃଷକଙ୍କ ଆଶାକୁ ପୂରଣ କରିବା ଏବଂ କ୍ଷୁଦ୍ର ଚାଷୀମାନଙ୍କୁ ଠିକ୍ ସମୟରେ ଫସଲ ଉପରେ ସ୍ୱତନ୍ତ୍ର କୃଷି ପରାମର୍ଶ ପ୍ରଦାନ କରିବା ପାଇଁ ବାୟର୍ ପକ୍ଷରୁ ଓଡିଶାରେ ଏକ ଡିଜିଟାଲି ସକ୍ଷମ ‘ବାୟର୍ ଲର୍ଣ୍ଣିଙ୍ଗ୍ ସେଂଟର୍‌’ ସ୍ଥାପନ କରାଯାଇଛି । ବାୟରର ବିଏଲଏଫ୍ ଅଭିଯାନ ବର୍ତମାନ ଭାରତରେ ୪ ଲକ୍ଷରୁ ଅଧିକ କ୍ଷୁଦ୍ର ଚାଷୀଙ୍କୁ ସହାୟତା ପ୍ରଦାନ କରୁଛି ଏବଂ ନିଜସ୍ୱ ବେଟର୍ ଲାଇଫ୍ ଫାର୍ମିଙ୍ଗ୍ ସେଂଟରଗୁଡିକୁ ପରିଚାଳନା କରୁଥିବା ଗ୍ରାମୀଣ କୃଷି ଉଦ୍ୟୋଗୀମାନଙ୍କର ଗୋଷ୍ଠୀକୁ ପ୍ରୋତ୍ସାହିତ କରୁଛି । ପ୍ରତ୍ୟେକ ସେଂଟର୍ କୃଷି ଉପକରଣ, ଫସଲ ପରାମର୍ଶ, ସର୍ବୋତମ ଜଳସେଚନ ଅଭ୍ୟାସ ଓ ନୂତନ ଟେକ୍ନୋଲୋଜି ଗୁଡିକ ପାଇଁ କୌଶଳ ସହିତ ନିକଟସ୍ଥ ୫ରୁ ୬ଟି ଗ୍ରାମରୁ ୫୦୦ କୃଷକଙ୍କ ଆବଶ୍ୟକତାକୁ ପୂରଣ କରୁଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories