www.samajalive.in
Friday, December 12, 2025
27.1 C
Bhubaneswar

ଜାଣନ୍ତୁ କିଏ ବିରାଟ କୋହଲିଙ୍କ ସୁପର ହିରୋ…….

ମୁମ୍ବଇ: ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲି ବର୍ତ୍ତମାନ ବିଶ୍ବର ସର୍ବଶ୍ରେଷ୍ଠ କ୍ରିକେଟରର ମାନ୍ୟତା ପାଇଛନ୍ତି। ବିରାଟଙ୍କ ବ୍ୟାଟିଂ ଶୈଳୀ ଏବଂ ଅଧିନାୟକତ୍ବ ପାଇଁ ଭାରତ ବଡ ବଡ ଟିମ୍ କୁ ହରାଇବାରେ ସକ୍ଷମ ହୋଇଛି। ବର୍ତ୍ତମାନ କେବଳ ଭାରତରେ ନୁହେଁ ସାରା ବିଶ୍ବର ବହୁ ଯୁବକ ବିରାଟଙ୍କୁ ତାଙ୍କର ରୋଲ୍ ମଡେଲ ଭାବେ ବିବେଚନା କରୁଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆର ରନ୍ ମେସିନ୍ କୋହଲିଙ୍କ ସୁପର ହିରୋ ହେଉଛନ୍ତି ତାଙ୍କ ପିତା। ମୁମ୍ବଇରେ ଏକ କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ଶନିବାର ବିରାଟ ତାଙ୍କ ହୃଦୟର କଥା ଖୋଲି କହିଛନ୍ତି।

ସେ କହିଛନ୍ତି ଯେ, ତାଙ୍କ କ୍ରିକେଟ କ୍ୟାରିୟର ପାଇଁ ତାଙ୍କ ପିତାଙ୍କର ଅନେକ ଅବଦାନ ରହିଛି। ତାଙ୍କ ପିତାଙ୍କ ବ୍ୟକ୍ତିତ୍ବ ତାଙ୍କୁ ବେଶ ପ୍ରଭାବିତ କରିଛି ବୋଲି ସେ କହିଥିଲେ । ବିରାଟ ତାଙ୍କ ପିତାଙ୍କୁ ନିଜ ଜୀବନର ଅସଲି ସୁପର ହିରୋ ବୋଲି ମାନନ୍ତି। ତାଙ୍କ ପିତା ହିଁ ତାଙ୍କୁ କ୍ରିକେଟ ଖେଳିବାପାଇଁ ପ୍ରେରଣା ଦେଇଥିଲେ। ସମସ୍ତଙ୍କ ଜୀବନରେ ବହୁତ ଲୋକ ଏମିତିବି ଥାଆନ୍ତି ଯେଉଁମାନେ ଆଗକୁ ବଢିବା ପାଇଁ ପ୍ରେରଣା ଦେବା ସହ ଉତ୍ସାହିତ କରନ୍ତି କିନ୍ତୁ ଯେବେବେଳେ କେହି ଜଣେ ଉଦାହରଣ ଭାବେ ସାମ୍ନାକୁ ଆସନ୍ତି ତାହାର ପ୍ରଭାବ କ୍ୟାରିୟରରେ ଅଧିକ ମାତ୍ରାରେ ପଡିଥାଏ। ଯେଉଁ ଉଦାହରଣ ବିରାଟଙ୍କ ସାମ୍ନାରେ ତାଙ୍କ ପିତା ରଖିଥିଲେ ତାହା ବିରାଟଙ୍କୁ ଆଗକୁ ବଢିବାରେ ସହାୟକ ହୋଇଥିଲା। ବିରାଟ କହିଛନ୍ତି ଯେତେବେଳେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ସେବେଠୁ ତାଙ୍କ ପିତା ତାଙ୍କୁ କେବଳ କ୍ରିକେଟ ଉପରେ ଧ୍ୟାନ ଦେବାପାଇଁ କହିଥିଲେ। ତାଙ୍କ ପିତାଙ୍କର ତାଙ୍କପ୍ରତି ଏବଂ ତାଙ୍କ ଖେଳପ୍ରତି ଥିବା ବିଶ୍ବାସ ପାଇଁ ସେ ଆଗକୁ ବଢିପାରିଥିଲେ ଏବଂ କ୍ରିକେଟ ଉପରେ ଧ୍ୟାନ ଦେଇ କଠିନ ପରିଶ୍ରମ କରିଥିଲେ। ଯାହା ତାଙ୍କୁ ଆଜି ବିଶ୍ବର ଏକ ନମ୍ବର ବ୍ୟାଟ୍ସମ୍ୟାନ ଭାବେ ଗଢିତୋଳିଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories