www.samajalive.in
Saturday, December 13, 2025
26.1 C
Bhubaneswar

ଅହମ୍ମଦାବାଦରେ ପହଞ୍ଚିଲେ ଭାରତୀୟ କ୍ରିକେଟର

ଅହମ୍ମଦାବାଦ : ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୩ ମ୍ୟାଚ୍‌ର ଦିିନିକିଆ ଶୃଙ୍ଖଳା ଖେଳିବା ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଅହମ୍ମଦାବାଦରେ ସୋମବାର ପହଞ୍ଚିଛି। ବୁଧବାର ପର୍ଯ୍ୟନ୍ତ ୩ ଦିନ ପାଇଁ ଭାରତୀୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍ ସଂଗରୋଧରେ ରହିବେ। ଗୁରୁବାରଠାରୁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିବ। ନିୟମିତ ଭାବେ ଖେଳାଳିଙ୍କର କରୋନା ପରୀକ୍ଷା କରାଯିବ। ବୁଧବାର ୱେଷ୍ଟଇଣ୍ଡିଜ୍‌ ଦଳ ଅହମ୍ମଦାବାଦରେ ପହଞ୍ଚିପାରେ। ରବିବାର ଏଠାରେ ପ୍ରଥମ ଦିନିକିଆ ଖେଳାଯିବ। ଅହମ୍ମଦାବାଦରେ ଭାରତ-ୱେଷ୍ଟଇଣ୍ଡିଜ୍‌ ୩ଟିଯାକ ଦିନିକିଆ ମ୍ୟାଚ୍‌ ଫେବୃଆରୀ ୬, ୯ ଓ ୧୧ରେ ଖେଳାଯିବ। ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ବ ନେବାକୁ ଯାଉଥିବା ବେଳେ କୁଲଦୀପ ଯାଦବ ଦଳକୁ ଫେରିଥିବା ବେଳେ ଯୁବ ଲେଗ୍‌ସ୍ପିନର ରବି ବିଷ୍ଣୋଇ ପ୍ରଥମଥର ଦଳରେ ସାମିଲ ହୋଇଛନ୍ତି। ଦିନିକିଆ ସିରିଜ୍‌ ପରେ ଫେବୃଆରୀ ୧୬ରୁ କଲକାତାରେ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories