www.samajalive.in
Friday, December 12, 2025
14.1 C
Bhubaneswar

ଜିଲାସ୍ତରୀୟ ରୂପାନ୍ତରୀକରଣ ବିଦ୍ୟାଳୟର ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଉଦ୍‌ଯାପିତ

ବାଙ୍କୀ: ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ପରିସରରେ କଟକ ଜିଲ୍ଲାସ୍ତରୀୟ ୫ଟି ରୂପାନ୍ତରୀକରଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକଙ୍କୁ ସ୍ମାର୍ଟ ବୋର୍ଡ ପରିଚାଳନା ସମ୍ପର୍କିତ ତାଲିମ ପ୍ରଦାନ କରାଯାଉଥିବା ୫ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ଦିନ ଉଦ୍‌ଯାପିତ ହୋଇଛି। ବାଙ୍କୀ-ଡମପଡ଼ା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିଚାଳନାରେ ସଞ୍ଚାଳିତ ପ୍ରଶିକ୍ଷଣର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ସମ୍ପର୍କିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ସ୍ମାର୍ଟବୋର୍ଡର ଉପଯୋଗୀତାର ଲକ୍ଷ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପ୍ତିମୟୀ ଶୁଭଦର୍ଶିନୀ, ଡମପଡ଼ା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା, ବାଙ୍କୀ ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ବ୍ଲକ ଶିକ୍ଷାଧିକାରୀ ଗଦାଧର ପ୍ରଧାନ, ପେଡ଼ାଗୋଜି ସଂଯୋଜିକା ଶରିତା ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ପ୍ରଶିକ୍ଷାର୍ଥିଙ୍କୁ ପ୍ରଶିକ୍ଷଣର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଡମପଡ଼ା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ୬ଟି ବିଦ୍ୟାଳୟର ୨୬ଜଣ ଶିକ୍ଷକ ଏବଂ ଆଠଗଡ଼ ବ୍ଲକ ଅଧିନ ୮ଗୋଟି ଋପାନ୍ତରୀକରଣ ବିଦ୍ୟାଳୟର ୧୫ଜଣ ଶିକ୍ଷକ କରି ମୋଟ ୪୧ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଏହି ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ପ୍ରଶିକ୍ଷଣ ପରିଚାଳନାରେ ଡିଜିଟାଲ ପ୍ରଶିକ୍ଷକ ସୁବ୍ରତ ଖଟୁଆ, ଆକାଉଣ୍ଟାଣ୍ଟ୍ ନିରଞ୍ଜନ ମହାଭୋଇ, ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁଚରଣ ସାହୁ ଓ ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories