ଛତ୍ରୀଙ୍କୁ ଅସଦାଚରଣ ; ଶିକ୍ଷକଙ୍କୁ ଛେଚିଲେ ଗ୍ରାମବାସୀ

 

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆବାସିକ ବିଦ୍ୟାଳୟରେ ପୁଣି ଛାତ୍ରୀଙ୍କୁ ଅସଦାଚରଣ ସମ୍ପର୍କରେ ଜଣାପଡିଛ ମାଲକାନଗିରି ବ୍ଲକ କତାମାଟେରୁ ଆବାସିକ ବିଦ୍ୟାଳୟରେ ଏହିଭଳି ନିନ୍ଦନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ପରୀକ୍ଷା ଖାତା ଦେଖିବା ବାହାନାରେ ସ୍କୁଲ ଶିକ୍ଷକ ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣଙ୍କୁ ଅସଦା ଚରଣ କରିଥିବା ଜଣାପଡ଼ିଛି ।

ଯାହାର ପରିମାଣ ସ୍ୱରୂପ ଶିକ୍ଷକ ଜଣକ  ଗ୍ରାମବାସୀଙ୍କ ଠାରୁ ନିର୍ଧୁମ ଛେଚା ଖାଇଛନ୍ତି । ଗାଁ ଲୋକେ ସ୍କୁଲ ନିକଟରେ ଶିକ୍ଷକଙ୍କୁ ଗୋଡେଇ ଗୋଡେଇ ପିଟିବା ସହିତ ସ୍କୁଲର ଗେଟରେ ବନ୍ଧିପକାଇଥିଲେ । ଯାହାର ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଘଟଣାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ  ଘଟାଣ ସ୍ଥଳରେ ପହଞ୍ଚି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛିନ୍ତି। ମାଓ ଉପଦ୍ରବ ଉପାନ୍ତ ଅଞ୍ଚଳ ଏହି ମାଲକାନଗିରି ଜିଲ୍ଲାରେ  ଆବାସିକ ବିଦ୍ୟାଳୟ ଗୁଡିକରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ଯୋଗୁଁ ସାଧାରଣରେ ଏହାକୁ ପ୍ରତିବାଦ ଜଣାଇଛନ୍ତି।

Comments are closed.