www.samajalive.in
Saturday, December 6, 2025
26.1 C
Bhubaneswar

ପତ୍ନୀଙ୍କୁ ହତ୍ୟା କରିବା ପରେ  ଖଣ୍ଡ ଖଣ୍ଡ କାଟିଲେ  ନିର୍ଦେଶକ

ଚେନ୍ନାଇ ..-   ଜଣେ ଚଳଚ୍ଚିତ୍ର   ନିର୍ମାତା ଓ ନିର୍ଦେଶକ ପତ୍ନୀଙ୍କୁ ହତ୍ୟା  କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।  ୫୧ ବର୍ଷିୟ ଚଳଚ୍ଚିତ୍ର ନିର୍ମାତା  ବାଲକ୍ରିଷ୍ଣନ ଜାନୁଆରୀ ୧୯ ତାରିଖରେ   ନିଜର ପତ୍ନୀ ସନ୍ଧ୍ୟାଙ୍କୁ ହତ୍ୟା  କରିଥିଲେ । ଏହାପରେ ସେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପ୍ୟାକେଟରେ ଭର୍ତ୍ତି କରିଥିଲେ ।  ସେ ଚେନ୍ନାଇର ବିଭିନ୍ନ ଡମ୍ପିୟାର୍ଡରେ ଶରୀରର ଖଣ୍ଡ ବିଖଣ୍ଡିତ ଶରୀରକୁ ଫିଙ୍ଗି ଦେଇଥିଲେ।

ଡମ୍ପିୟା୍ରଡରୁ ଶରୀରର ଅଂଶ ମିଳିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗୋଡ ଓ ଶରୀର ଅନ୍ୟ ଅଂଶରେ ଥିବା ଟାଟୁରୁ   ସେ  ସନ୍ଧ୍ୟା ବୋଲି ଜଣା ପଡିଥିଲେ । ତାଙ୍କ ଶରୀରରେ ଏକ ଡ୍ରାଗନ  ଓ ଶିବ  ପାର୍ବତୀଙ୍କର ଟାଟୁ ହୋଇଥିଲା । ପୁଲିସ ଏହାକୁ ବିଭିନ୍ନ ସାମାଜିକ ଗଣାମାଧ୍ୟମରେ ପୋଷ୍ଟ କରିଥିଲା । ସନ୍ଧ୍ୟାଙ୍କ ମାଆ ତାଙ୍କୁ ଚିହ୍ନି ପାରିଥିଲେ । ପୁଲିସ ତଦନ୍ତ କରୁଥିବା ବେଳେ ବାଲାକ୍ରିଷ୍ଣା ତାଙ୍କ ପତ୍ନୀ ବାହାରକୁ ବୁଲିବାକୁ ଯାଇଥିବା କହିଥିଲେ । ମାତ୍ର ସନ୍ଧ୍ୟାଙ୍କର ଫୋନ୍‌ ନଟ ରିଚେବଲ୍‌ ଦେଖାଇଥିଲା ।  ପରେ ତଦନ୍ତ ବେଳେ ବାଲାକ୍ରୀଷ୍ଣା ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ବିଷୟରେ ସ୍ୱୀକାର କରିଥିଲେ ।  ତାଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସେ ଏହି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories