www.samajalive.in
Sunday, December 14, 2025
26.1 C
Bhubaneswar

ଟାଟା ପାୱାର ପକ୍ଷରୁ ଦାତଵ୍ୟ ଚିକିତ୍ସା ଶିବିର

ପାଟଣା : ପାଟଣା ଟାଟା ପାୱାର ପକ୍ଷରୁ ଶନିବାର ସରାସକୋଲା ଗ୍ରାମରେ ଏକ ଦାତବ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଟାଟା ପାୱାର ପକ୍ଷରୁ ଡାକ୍ତର ପ୍ରବୀଣ କୁମାର ପଣ୍ଡା, ଭେଷଜ ଚିକିତ୍ସକ ବିଖିତ କୁମାର ମହାନ୍ତ, ସ୍ୱାସ୍ଥ୍ୟ କର୍ମୀ ବିଭୁ ବନ୍ଦନା ସାହୁ ରୋଗୀ ମାନଙ୍କୁ ଚିକିତ୍ସା ଓ ଔଷଧ ବିତରଣ କରିଥିଲେ । ପାଟଣା ଟାଟା ପାୱାର କନିଷ୍ଠ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ମିଶ୍ର, ଲାଇନ ମ୍ୟାନ ଜୟକୃଷ୍ଣ ଦାସ, ନିହାର ରଞ୍ଜନ ଖାଟୁଆ, ସ୍ୱରଜ କୁମାର ମହାନ୍ତ, ମନୋଜ ମହାନ୍ତ, ଫୁତୁଲୁ ମହାନ୍ତ, ଖଗେଶ୍ବର ପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ସରସକୋଲା ସରପଞ୍ଚ ଭାବଗ୍ରାହୀ ନାଏକ ଶିବିର ଉଦଘାଟନ କରିବା ସହ ଟାଟା ପାୱାରର ଏଭଳି ମହତ ସେବାକୁ ପ୍ରଶଂସା କରିଥିଲେ । ଟାଟା ପାୱାର ପକ୍ଷରୁ ଜିଲ୍ଲାରେ ଏଭଳି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିର ନିୟମିତ ବ୍ୟବଧାନରେ ହେଉଥିବା ଦେଖିବାକୁ ମିଳୁଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories