www.samajalive.in
Sunday, December 14, 2025
26.1 C
Bhubaneswar

ଏଟିଏମକୁ ରାସ୍ତା ଅବରୋଧ

ମୋହନା : ଗଜପତି ଜିଲ୍ଲାର ମୋହନା ହେଉଛି ଓଡିଶାର ଦ୍ଵିତୀୟ ବୃହତମ ବ୍ଲକ। ରାତି ପାହିଲେ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ମୋହନା ସହରକୁ ବିଭିନ୍ନ ପଞ୍ଚାୟତରୁ ଶହ ଶହ ଲୋକ ଆସିଥାନ୍ତି । ବାହାର ଜିଲ୍ଲାର ଲୋକ ମାନେ ମଧ୍ୟ ମୋହନା ଉପରେ ନିର୍ଭର କରିଥାନ୍ତି। ବିଭିନ୍ନ ସରକାରୀ କାମ, ବ୍ୟାଙ୍କ କାମ , ସଉଦା ପତ୍ର, ଜଙ୍ଗଲଜାତ ଦ୍ରବ୍ୟ ବିକ୍ରିବଟା ଓ ଆସବାବ ପତ୍ର କିଣିବା ପାଇଁ ପ୍ରତିଦିନ ଏହି ସହରରେ ଜନଗହଳି ହୁଏ। ଏହି ସହରରେ ରହିଛି ୪ଟି ଏଟିଏମ। ତେବେ ପଞ୍ଜାବ ନେସନାଲ ବ୍ୟାଙ୍କ ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ଏହି ବ୍ୟାଙ୍କର ଏଟିଏମଟି ଅତି କଦର୍ଯ୍ୟ ଭାବେ ପଡି ରହିଛି । ଭିତରେ ଅଳିଆ ଜମି ରହିଥିବା ବେଳେ ବାହାରେ କାର, ବାଇକ, ସାଇକେଲ ଓ ଗୋବର ପଡିରହି ରାସ୍ତା ଅବରୋଧ ହୋଇଛି । ଏହି ଏଟିଏମଟିର କୋଠରୀ ଭଡା ସୂତ୍ରରେ ଚାଲିଛି। ଏଟିଏମର ଏଭଳି ସମସ୍ୟା ପାଇଁ ଭଡା ଦେଇଥିବା ମାଲିକଙ୍କ ନଜରକୁ ଆସୁନାହିଁ  କି ବାରମ୍ବାର ଅଭିଯୋଗ ପରେ ମଧ୍ୟ  ସମ୍ମୁଖରେ  ଥିବା ପଞ୍ଜାବ ନେସନାଲ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଦୃଷ୍ଟି ଦେଉନାହାନ୍ତି । ଯାହାଫଳରେ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଟିଏମକୁ ଯିବାକୁ ରାସ୍ତା ବି ନାହିଁ । ଏଣୁ ତୁରନ୍ତ ଏଥିପ୍ରତି ବ୍ୟାଙ୍କର ଅଧିକାରୀ ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories