ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୩ ଗୁରୁତର

ପାଟଣା :  ଘଟଗାଁ ନିକଟସ୍ଥ ନାକଝରି ଛକରେ ଏକ ଟାଟା ଏସି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । କାଳି ମାଟି ଡ୍ୟାମରେ ଭୋଜି ସାରି ଫେରୁଥିବାବେଳେ ଡ୍ରାଇଭର ଭରସାମ୍ୟ ହରାଇ ନାକଝରି ଛକ ନିକଟ ଏକ ଗଛରେ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ହେଲେ ଘଟଗାଁ ଥାନା ଅନ୍ତର୍ଗତ ବୀଣାଝରୀ ଗ୍ରାମର  ଅଭିମନ୍ୟୁ ପାତ୍ର ଓ ଉପରଡିହା ଗ୍ରାମର ଶମଦ ଖାଁ । ଆହତ ହୋଇଥିବା ଭଦ୍ରକର ରଞ୍ଜନ ନାଥ ଓ ବଉଳା ଅନ୍ତର୍ଗତ ଶଙ୍ଖୁଳା ଗ୍ରାମର ରାହୁଲ ନାଏକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗାଡିର ଚାଳକ ସୁଦାମ ଚରଣ ଜେନା  ଆହତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

 

Comments are closed.