www.samajalive.in
Saturday, December 6, 2025
23.1 C
Bhubaneswar

ବାଲ୍ୟ ବିବାହ ରୋକିବା ନେଇ ଟାସ୍କଫୋର୍ସ କମିଟି ବୈଠକ

ଫୁଲବାଣୀ: ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ଠାରେ ବାଲ୍ୟ ବିବାହ ରୋକିବା ନେଇ ଟାସ୍କଫୋର୍ସ କମିିଟିର ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ରୁଦା ମଲିକ, ସମ୍ମନ୍ୱୀତ ଶିଶୁ ବିକାଶ ଅଧିକାରୀ ସକୁନ୍ତଳା ନାୟକ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ୍ଟ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଯାକେଶ ସାମନ୍ତରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଶୁବାସିନୀ ଦିଗାଳ, ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ବ୍ଲକ ମଙ୍ଗଳ ଅଧିକାରୀ ବୁରୁମାଝୀ ପଡ୍ରା ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ବାଲ୍ୟ ବିବାହର କାରଣ ଏବଂ ଏହାକୁ କିପରି ପ୍ରତିରୋଧ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ୧୮ବର୍ଷରୁ କମ ବୟସର ଝିଅମାନେ ସ୍କୁଲ ଯାଉନଥିବା ବେଳେ ଘରର ଆର୍ଥିକ ସମସ୍ୟା ଯୋଗୁଁ ବାହାର ରାଜ୍ୟକୁ କାମକରିବାକୁ ଯାଉଥିବା ବେଳେ ବିଭିନ୍ନ ସମୟରେ ଘର ଲୋକଙ୍କ କଥାରେପଡ଼ି କମ୍‍ ବୟସରେ ବିବାହ କରିବାପାଇଁ ରାଜି ହେଉଛନ୍ତି। ବାଲ୍ୟ ବିବାହ କରିବା ଦ୍ୱାରା କଣ ସମସ୍ୟା ହେଉଛି ଏନେଇ ଗାଁ ଗାଁରେ ସଚେତନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ସରପଂଚ ସଙ୍ଗୀତା ମଲ୍ଲିକ, ତିମତି ପ୍ରଧାନ, ଅନ୍ତରଙ୍ଗ ସଭାପତି ଦିଲୀପକୁମାର ସାହୁ, ବିଳାସିନୀ ନାୟକ ପ୍ରମୁଖ ଯୋଗଦେଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories