www.samajalive.in
Saturday, December 13, 2025
21.1 C
Bhubaneswar

ପୁଣି ଏକାଠି ରହିବେ ଡାକ୍ତର ସୁମିତ- ତପସ୍ୱିନୀ

ବ୍ରହ୍ମପୁର- କିଛିଦିନ ହେବ ଚର୍ଚ୍ଚାରେ ରହିଥିବା ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନର ତପସ୍ୱିନୀ ଦାଶଙ୍କ ପତ୍ନୀ ମାନ୍ୟତା ଦାବି କରି ସ୍ୱାମୀଙ୍କ ବାସଭବନ ଆଗରେ ଧାରଣା ଦେବା ଘଟଣାରେ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ପୂର୍ବରୁ ଉଭୟ ପତି-ପତ୍ନୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଡିସେମ୍ବର ୯ ତାରିଖରେ ହୋଇଥିବା ଶୁଣାଣୀରେ କୋର୍ଟ ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ଏକାଠି ରହିବା ପାଇଁ ନିର୍ଦେଶ ଦେଇଛନ୍ତି । ଆସ୍କାରେ ଏକ ଭଡାଘରେ ଦୁଇ ଜଣ ଏକାଠି ରହିବା ପାଇଁ ନିର୍ଦେଶ ଦିଆଯାଇଛି।

ତପସ୍ୱିନୀ  ୧୦ ଦିନ ଧରି   ତାଙ୍କ ଡାକ୍ତର ସ୍ୱାମୀ ସୁମିତଙ୍କ ଘର ଆଗରେ ଧାରଣା ଦେବା ସହ ମାର୍ଗଶୀର ମାସ ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜା କରିଥିଲେ । କୋର୍ଟ ମଧ୍ୟ ଏହି ମାମଲାର ଶୁଣାଣୀ ଚାଲିଥିଲା। କୋର୍ଟ ସେମାନଙ୍କୁ ୭ ଦିନ ଏକାଠି ରହିବା ପାଇଁ ନିର୍ଦେଶ ଦେଇଥଲେ । ମାତ୍ର ହଠାତ୍‌ ଭଡାଘର ଠିକ୍‌ ହୋଇ ନପାରିବାରୁ ତାଙ୍କୁ ଆସ୍କା ଚିନିକଳର ଅତିଥି ଭବନରେ ରଖାଯାଇଥିଲା । ଏବେ ଏକ ଭଡା ଘରେ ସେମାନଙ୍କୁ ରଖାଯିବ। ଆସନ୍ତା ମାସ ୧୭ ତାରିଖରେ ରେ ପରବର୍ତ୍ତୀ ଶୁଣାଣୀ ହେବ ।

- Advertisement -

ଆସିକା ଥାନା ଅଧିକାରୀ ସୁରକ୍ଷା ଅଧିକାରୀ ପ୍ରତି ସାତ ଦିନରେ କୋର୍ଟଙ୍କୁ ସେମାନଙ୍କ ବିଷୟରେ ରିପୋର୍ଟ ଦେବେ । ଏହି ସମୟରେ ଉଭୟଙ୍କ ପରିବାର ଲୋକ ସେମାନଙ୍କୁ ଦେଖା କରିପାରିବେ । ସୁମିତଙ୍କ ପରିବାର ଲୋକଙ୍କୁ ୭ ଦିନ ମଧ୍ୟରେ ପକ୍ଷ ରଖିବା ପାଇଁ ନିର୍ଦେଶ ଦିଆଯାଇଛି ।

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆସିକା ପୁଲିସ ଉଭୟ ତପସ୍ୱିନୀ ଓ ସୁମିତଙ୍କ ଚାଲିଚଳନ ଓ ହାବଭାବ ଲକ୍ଷ୍ୟ କରି କୋର୍ଟରେ ରିପୋର୍ଟ ଦାଖଲ କରିବେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories