www.samajalive.in
Friday, December 12, 2025
23.1 C
Bhubaneswar

ଖାଦ୍ୟ ସ୍ବାଦିଷ୍ଟ ନ ହେବାରୁ ମହିଳାଙ୍କୁ ଜାଳିଦେଲେ ତାଲିବାନ ଆତଙ୍କବାଦୀ

ୱାଶିଂଟନ୍‌: ଖାଦ୍ୟ ସ୍ବାଦିଷ୍ଟ ନ ହେବାରୁ ଜଣେ ମହିଳାଙ୍କୁ ଆତଙ୍କବାଦୀମାନେ ଜୀବନ୍ତ ଜାଳି ଦେଇଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ସମ୍ପ୍ରତି ଆମେରିକାରେ ବାସ କରୁଥିବା ଦେଶର ଜଣେ ଆଗଧାଡ଼ିର ଆଇନଜୀବୀ ନାଜଲା ଆୟୁବି। ସେ କହିଛନ୍ତି ଯେ ତାଲିବାନ ଆତଙ୍କବାଦୀମାନେ ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଖାଦ୍ୟ ରାନ୍ଧିବା ପାଇଁ ବାଧ୍ୟ କରିଥିଲେ। ସେ ଖାଦ୍ୟ ପରଷିବା ପରେ ଏହାର ସ୍ବାଦ ଠିକ୍‌ ନ ଥିବା ଦର୍ଶାଇ ତାଙ୍କୁ ଜାଳି ମାରିଦେଇଥିଲେ। ଉତ୍ତରାଞ୍ଚଳରେ ତାଲିବାନମାନେ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ସେ କହିଛନ୍ତି। ଆତଙ୍କବାଦୀ ସେତିକିରେ ଅଟକି ନ ଥିଲେ। ମୃତ ମହିଳାଙ୍କ ଝିଅଙ୍କୁ ସେମାନଙ୍କ ସହିତ ବିବାହ କରିବାକୁ ପରିବାର ସଦସ୍ୟଙ୍କୁ ବାଧ୍ୟ କରିଥିଲେ ବୋଲି ଆୟୁବି କହିଛନ୍ତି।

ତାଲିବାନମାନେ କ୍ଷମତା ଦଖଲ ପରଠାରୁ ଘଟାଇଥିବା ଏଭଳି କେତେକ ବର୍ବର କାଣ୍ଡର ଦୃଷ୍ଟାନ୍ତ ସେ ଗଣମାଧ୍ୟମରେ ଉପସ୍ଥାପନ କରିଛନ୍ତି। କେତେକ ଯୁବତୀଙ୍କୁ ଯୌନଦାସୀ କରିବା ଉଦ୍ଦେଶ୍ୟରେ ସେମାନେ ବିଭିନ୍ନ ସ୍ଥାନକୁ ପଠାଉଛନ୍ତି। ଏମିତି କି ଶବ ରହିବା ପାଇଁ ବ୍ୟବହୃତ କଫିନ୍‌ରେ ଯୁବତୀଙ୍କୁ ପଡ଼ୋଶୀ ରାଷ୍ଟ୍ରକୁ ଚାଲାଣ ହେଉଥିବା ସେ କହିଛନ୍ତି। ମହିଳାଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୋଗୁଁ ତାଲିବାନମାନେ ତାଙ୍କୁ ବଳପୂର୍ବକ ଦେଶରୁ ବାହାର କରିଦେଇଛନ୍ତି ବୋଲି ଆୟୁବି କହିଛନ୍ତି। ସେହିପରି ତାଲିବାନମାନେ ଜଣେ ଆଫଗାନ୍‌ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟାକରି ଖୁଣ୍ଟରେ ଝୁଲାଇଦେବା ସହ ଜୀବନ୍ତ ଜାଳିଦେଇଥିବା ଆମେରିକାର ପୂର୍ବତନ କଂଗ୍ରେସ ସଦସ୍ୟ ମାର୍କ ୱାକର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏହାଦ୍ବାରା ଆଫଗାନିସ୍ତାନରେ ବାସ କରୁଥିବା ଖ୍ରୀଷ୍ଟିଆନ୍‌ମାନେ ଆତଙ୍କିତ ହୋଇପଡ଼ିଛନ୍ତି।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories