ଗୁଆହାଟୀ: ତାଲିବାନକୁ ସମର୍ଥନ ପୂର୍ବକ ସାମାଜିକ ଗଣମାଧ୍ୟମରେ ମତ ପ୍ରସାର କରିଥିବା ୧୪ ଜଣଙ୍କୁ ଆସାମ ପୁଲିସ ଗିରଫ ଗରିଛି। ରାଜ୍ୟର ସ୍ବତନ୍ତ୍ର ଆରକ୍ଷୀ ମହାନିର୍ଦେଶକ ଜି.ପି ସିଂହ କହିଛନ୍ତି ଯେ ଅଭିଯୁକ୍ତମାନେ ତାଲିବାନର କ୍ଷମତା ଦଖଲକୁ ସମର୍ଥନ କରି ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ପ୍ରସାରଣ କରିଥିଲେ। ସେମାନଙ୍କ ମଧ୍ୟରେ କାମରୂପ, ଧୁବ୍ରି ଓ ପାର୍ପେଟା ଜିଲାର ଦୁଇ ଜଣ ଲେଖାଏଁ ଥିବାବେଳେ ଅନ୍ୟମାନେ ଦାରଙ୍ଗ, କାଚର, ହୈଲାକଣ୍ଡି, ଦକ୍ଷିଣ ସାଲମରା, ହୋଜାଲି ଓ ଗୋଲପଡ଼ା ଜିଲାର ଅଧିବାସୀ।
Popular Categories



