www.samajalive.in
Sunday, December 14, 2025
26.1 C
Bhubaneswar

ବଢିଲା ତାଜମହଲ ସୁରକ୍ଷା: ସହଯୋଗ କରିବାକୁ ପର୍ଯ୍ୟଟକଙ୍କୁ ଆହ୍ବାନ

ନୂଆଦିଲ୍ଲୀ : ଥାଜମହଲ ସୁରକ୍ଷାକୁ ନେଇ ପୁଣି ଥରେ ହାଇ ଆଲର୍ଟ ଜାରି  କରାଯାଇଛି । ନିକଟରେ ପାକିସ୍ତାନରେ ହୋଇଥିବା ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ କେନ୍ଦ୍ରରୁ ସୁରକ୍ଷାକୁ ନେଇ ଖାସ୍ ନିର୍ଦ୍ଦେଶ ଆସିଛି । ଏହା ପରେ ତାଜମହଲର ୟେଲୋ ଜୋନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ତାଜମହଲ ପରିସର ଓ ଆଖପାଖ ସୁରକ୍ଷା ଘେରାକୁ ମଜଭୁତ କରାଯାଇଛି । ତାଜମହଲ ୟେଲୋ ଜୋନରେ ହାଇ ଆଲର୍ଟ କରିଦିଆଯାଇଛି । ୯ଟି ଚେକିଂ ବ୍ୟାରିୟର, ୬ ଓ୍ବାଚ୍ ଟାଓ୍ବର ଓ ୮ ବୁଲେଟ ପ୍ରୁଫ୍ ମୋର୍ଚ୍ଚା ୨୪ ଘଣ୍ଟା ଆକ୍ଟିଭ୍ ରହିଛି । ପରିସରର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଉପରେ କଡା ନଜର ରହିଛି । ତାଜମହଲ ଚାରିପରେ ଚେକିଂ ଫ୍ଲାଇଟ୍ସ ଉପରେ ଅତିରିକ୍ତ ଫୋର୍ସ ନିଯୁକ୍ତ ହୋଇଛି । ଆଖପାଖ ହୋଟେଲକୁ ସବୁବେଳେ ଯାଞ୍ଚ କରାଯାଉଛି ।

- Advertisement -

ପର୍ଯ୍ୟଟକଙ୍କୁ ସହଯୋଗ ପାଇଁ ଅପିଲ କରାଯିବା ସହ କୌଣସି ବି ସନ୍ଦିଗ୍ଧ ଗତିବିଧି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦେଶୀ ପର୍ଯ୍ୟଟକଙ୍କ ସୂଚନା ତୁରନ୍ତ ସ୍ଥାନୀୟ ଗୁଇନ୍ଦା ସମୂହକୁ ଦିଆଯାଉଛି । କୌଣସି ଜଣେ ବି ପର୍ଯ୍ୟଟକ ଯେମିତି ପଞ୍ଜୀକରଣରୁ ବାଦ୍ ନପଡେ ତାହା ସୁନିଶ୍ଚିତ କରିବାକୁ କଡା ନିର୍ଦ୍ଦେଶ ରହିଛି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories