www.samajalive.in
Sunday, December 14, 2025
23.1 C
Bhubaneswar

ଟି-୨୦ ବିଶ୍ବକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ, ନ୍ୟୁଜିଲାଣ୍ଡ ପାଇଁ ଟାର୍ଗେଟ ୧୧୧

ଦୁବାଇ: ଆଇସିସି ଦ୍ୱାରା ପରିଚାଳିତ ଚଳିତ ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ରବିବାର ଭରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଥିବା ଏହି ମ୍ୟାଚ୍‌ରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲାରେ ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବ୍ୟାଟିଂ କରିଥିଲା। ଭାରତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୧୦ ରନ୍‌ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ୧୧୧ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଟି-୨୦ ବିଶ୍ବକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୧୧୦/୭ ରନ୍‌ରେ ସୀମତ ରହିଥିବାବେଳେ କୌଣସି ଭାରତୀୟ ବ୍ୟାଟ୍ସ ମ୍ୟାନ ୩୦ ରନ ଟପି ପାରିନାହାନ୍ତି।

 

- Advertisement -

ଟିମ୍‌ ଇଣ୍ଡିଆ ପକ୍ଷରୁ ଇନିଂସ ଆରମ୍ଭ କରିଥିଲେ କେଏଲ୍‌ ରାହୁଲ ଓ ଇଶନ କିଶନ। ଭାରତ ୧୧ ରନ୍‌ରେ ନିଜର ପ୍ରଥମ ୱିକେଟ ଭାବେ ଇଶନ କିଶନଙ୍କୁ ହରାଇଥିଲା। ଯୁବ କ୍ରିକେଟର ଇଶନ କିଶନ ୮ଟି ବଲ୍‌ର ସାମ୍ନା କରି କେବଳ ଗୋଟିଏ ଚୌକା ସହାୟତାରେ ୪ ରନ୍‌ କରି ପାଭଲିଅନ୍‌ ଫେରିଯାଇଥିଲେ। ନ୍ୟୁଜିଲାଣ୍ଡର ୨ୟ ଶିକାର ହୋଇଥିଲେ କେଏଲ୍‌ ରାହୁଲ। ‌୧୬ ଟି ବଲ ଖେଳି ରାହୁଲ ଦଳ ପାଇଁ ୧୮ ରନ୍‌ ଯୋଡ଼ିଥିଲେ।  ରୋହିତ ଶର୍ମା ୧୪ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଅଧିନାୟକ ବିରାଟ କୋହଲି ୧୭ଟି ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୯ ରନ୍‌ ସଂଗ୍ରହ କରିଥିଲେ।  ଟିମ୍‌ ଇଣ୍ଡିଆ ପାଇଁ ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ୧୨ ରନ୍‌ କରିଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୪ଟି ବଲ୍‌ ଖେଳି ୨୩ ରନ୍‌ କରିଥିଲେ।  ଶାର୍ଦ୍ଦୁଲ ଠାକୁର ୩ଟି ବଲ୍‌ ଖେଳି କୌଣସି ରନ୍‌ ନକରି ପାଭଲିଅନ୍‌କୁ ଫେରିଥିଲେ। ରବୀନ୍ଦ୍ର ଜାଦେଜା ଦଳପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୨୬ ରନ୍‌ ସଂଗ୍ରହ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories