www.samajalive.in
Friday, December 12, 2025
14.1 C
Bhubaneswar

ସ୍ୱିଜରଲାଣ୍ଡରେ ବିମାନ ଦୁର୍ଘଟଣା: ୨୪ମୃତ

ଜେନେଭା : ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ଏକ ବିମାନ ସୁଇଜର ଲାଣ୍ଡର ପିଜ୍‍ ସେଗନାସ୍‍ ପର୍ବତ ଉପରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅନ୍ୟୂନ ୨୦ଜଣଙ୍କର ପ୍ରାଣହାନି ଘଟିଛି। ସୁଇଜରଲାଣ୍ଡ ବିମାନ ବାହିନୀ ସହିତ ସମ୍ପୃକ୍ତ ‘ଜେୟୁ ଏୟାର’ ମାଲିକାନାରେ ଥିବା ଏହି ଜଙ୍କର ଜେୟୁ-୫୨ ଏଚ୍‍ବି-ଏଚ୍‍ଓଟି ବିମାନ ୧୯୩୯ରେ ଜର୍ମାନୀରେ ନିର୍ମାଣ ହୋଇଥିଲା। ଶନିବାର ଅପରାହ୍ଣରେ ଏହି ବିମାନ ୧୭ଜଣ ଯାତ୍ରୀ ଓ ତିନିଜଣ କର୍ମଚାରୀଙ୍କୁ ନେଇ ଅଢ଼େଇ ହଜାର ମିଟର ଉଚ୍ଚ ସେଗନାସ୍‍ ପର୍ବତ ଉପରେ ଉଡ଼ୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଟିସିନୋରୁ ଡୁଏବେନ୍‍ଡର୍ଫ ବିମାନ ଘାଟି ଅଭିମୁଖେ ଯାଉଥିଲାବେଳେ ଏଥିରେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା। ରବିବାର ସକାଳେ ଏ ସମ୍ପର୍କରେ ଖବର ମିଳିବା ପରେ ୫ଟି ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଥିବା ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି। ସମସ୍ତ ମୃତକ ପାରିବାରିକ ବନ୍ଧୁ ବୋଲି ଜଣାପଡ଼ିଛି। ସେହିପରି ଶନିବାର ଏକ ସ୍ୱିସ୍‍ ପର୍ଯ୍ୟଟକ ବିମାନ ନିଡୱାଲ୍ଡ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏକ ଦମ୍ପତି ଓ ତାଙ୍କର ଦୁଇ ସନ୍ତାନଙ୍କର ମୃତ୍ୟୁ ଘଟିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories