www.samajalive.in
Friday, December 5, 2025
20.1 C
Bhubaneswar

ପ୍ରାର୍ଥୀତ୍ଵକୁ ନେଇ ବିବାଦ ପରେ ରାଜ୍ୟସଭାରୁ ଇସ୍ତଫା ଦେଲେ ସ୍ବପନ ଦାସଗୁପ୍ତା

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସଦସ୍ୟ ସ୍ବପନ ଦାସଗୁପ୍ତାଙ୍କୁ ବିଜେପି ପ୍ରାର୍ଥୀ କରିବାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।

ସୂଚନା ଅନୁସାରେ, ସ୍ବପନ ଦାସଗୁପ୍ତା ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ। ତେବେ ବିଜେପି ତାଙ୍କୁ ହୁଗୁଳି ଜିଲାର ତାରକେଶ୍ଵର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ଲାଗି ଟିକେଟ୍‌ ଦେଇଥିଲା। ବିଜେପିର ଏହି ନିଷ୍ପତ୍ତିକୁ ଟିଏମସି ଏବଂ କଂଗ୍ରେସ ବିରୋଧ କରିବା ସହିତ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ବିବାଦ ବଢ଼ିବାରୁ ସ୍ବପନ ଦାସଗୁପ୍ତା ମଙ୍ଗଳବାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ରବିବାର ବିଜେପି ପକ୍ଷରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ୨୬ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା, ଯେଉଁଥିରେ ସ୍ବପନ ଦାସଗୁପ୍ତାଙ୍କ ନାମ ଥିଲା। ଏହା ପରେ ଟିଏମସି ସ୍ବପନ ଦାସଗୁପ୍ତାଙ୍କ ରାଜ୍ୟସଭା ସଦସ୍ୟତା ସମାପ୍ତ କରିବା ଲାଗି ଲାଗି ସ୍ବତନ୍ତ୍ର ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରୁଥିଲା। ଟିଏମସି ସାଂସଦ ମହୁଆ ମୋଇତ୍ରୋ ବି ଏହି ପ୍ରସଙ୍ଗ ଉପରେ ଟ୍ବିଟ୍‌ କରି ବିରୋଧ କରିଥିଲେ।

ମହୁଆ ମୋଇତ୍ରୋ ସମ୍ବିଧାନର ୧୦ମ ଅନୁସୂଚୀର ସ୍କ୍ରିନଶଟ୍‌ ଶେୟାର କରି ଲେଖିଥିଲେ ଯେ, ବିଜେପି ପକ୍ଷରୁ ସ୍ବପନ ଦାସଗୁପ୍ତାଙ୍କୁ ଆଶାୟୀ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ସମ୍ବିଧାନର ୧୦ମ ସୂଚୀ କହୁଛି ଯେ, ଯଦି ରାଜ୍ୟସଭାକୁ ମନୋନୀତ କୌଣସି ସଦସ୍ୟ ଶପଥ ନିଅନ୍ତି ଏବଂ ତାହାର ୬ ମାସର ଅବଧି ଶେଷ ହେବା ପରେ କୌଣସି ରାଜ୍ୟନୈତିକ ଦଳରେ ସାମିଲ ହୁଅନ୍ତି, ତେବେ ତାଙ୍କୁ ରାଜ୍ୟସଭାର ସଦସ୍ୟତା ପାଇଁ ଅଘୋଷିତ କରିଦିଆଯିବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories