ଇନିସପେକ୍ଟର ପ୍ରଫୁଲ କମାର ସାହୁ ସରକାରୀ ଚାକିରିରୁ ବହିଷ୍କୃତ
କଟକ : ଇନିସପେକ୍ଟର ପ୍ରଫୁଲ କୁମାର ସାହୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମା । କର୍ତ୍ତବ୍ୟ ହେଳା ଓ ବିଶୃଙ୍ଖଳା ପ୍ରଦର୍ଶନ ସହ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସରକାରୀ କାର୍ଯ୍ୟରେ ବିନା ଅନୁମତିରେ ଅନୁପସ୍ଥିତ ରହିବା କାରଣରୁ ଚାକିରିରୁ ବହିଷ୍କାର କରାଯାଇଛି ।
ଅଡ଼ିଶା ସର୍ଭିସ କୋର୍ଡ ଧାରା ୭୨(୨) ଅନୁସାରେ ଇନିସପେକ୍ଟର ସାହୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଛି । ତା-୩୧.୦୭.୨୦୧୧ ରିଖ ଦିନ ସାହୁଙ୍କୁ କେନ୍ଦୁଝର ଜିଲାରୁ ବଲାଙ୍ଗୀର ଜିଲାକୁ ବଦଳି କରାଯାଇଥିଲା । କିନ୍ତୁ ସାହୁ ଅସୁସ୍ଥତା କାରଣ ଦର୍ଶାଇ ବଦଳି ସ୍ଥାନରେ ଯୋଗଦାନ କରିନଥିଲେ । ତାଙ୍କ ଅସୁସ୍ଥୁତା ଓ ଚିକିତ୍ସା ସପକ୍ଷରେ ମଧ୍ୟ ସେ କୌଣସି ଡାକ୍ତରି ପ୍ରମାଣ ଦେଇନଥିଲେ। ତାଙ୍କୁ ଏ ବିବାଦରେ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲେ ମଧ୍ୟ ନୋଟିସ ଗୁଡିକୁ ଜାଣିଶୁଣି ଏଡାଇ ଯାଇଥିଲେ । ପୁନଶ୍ଚ ସାହୁଙ୍କୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ବଳାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଧିକାରିଙ୍କ ପାଖରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷାରେ ଜାଣିଶୁଣି ହାଜର ହୋଇନଥିଲେ । ଏ ସବୁ ଦୃଷ୍ଟିରୁ ଓଡ଼ିଶା ସର୍ଭିସ କୋର୍ଡର ଉପରକ୍ତ ଧାରା ଆଧାରରେ ଇନିସପେକ୍ଟର ସାହୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଛି ।
Comments are closed.