www.samajalive.in
Saturday, December 6, 2025
23.1 C
Bhubaneswar

ସନ୍ଦିଗ୍ଧ ଆତଙ୍କବାଦୀକୁ ପଚରାଉଚରା : ବିସ୍ଫୋରକ ସାମଗ୍ରୀ ତିଆରି ପାଇଁ ନେଉଥିଲା ତାଲିମ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଗିରଫ କରିଥିବା ଜୈଶ-ଏ-ମହମ୍ମଦର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁଲ ଲତିଫ ମିର ଓରଫ୍ ମହମ୍ମଦ ଅର୍ଶଫ ଖଟାନା ଦେବବନ୍ଦ, ୟୁପିରେ ଅସ୍ତ୍ରଶସ୍ତ୍ର ଚାଳନା ଏବଂ ବିସ୍ଫୋରକ ସାମଗ୍ରୀ ତିଆରି କରିବା ପାଇଁ ତାଲିମ ନେଇଛି। ତେବେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ସେ ଟ୍ରେନିଂ ନେବାକୁ ଦେବବନ୍ଦ ଯାଉଥିଲା। ପଚରାଉଚରା ବେଳେ ଦୁହେଁ କହିଥିଲେ ଯେ ସେମାନେ ଦେବବନ୍ଦ ସମେତ ଅନେକ ସ୍ଥାନରେ କିଛି ଦିନ ହେବରହିଛି । ତା’ ସହିତ ଜାମ୍ମୁ କାଶ୍ମୀରର ଆଉ ଚାରିଜଣ ଯୁବକ ପାକିସ୍ତାନ ଯିବାକୁ ଚାହୁଁଥିଲେ। ଗତ ମାସରେ ମଧ୍ୟ ସେ ଜାମ୍ମୁ କାଶ୍ମୀର ସୀମାରୁ ପାକିସ୍ତାନ ଯିବାକୁ ଚେଷ୍ଟା କରିଥିଲେ। ବାଂଲାଦେଶ ଦେଇ ଏହି ଯୁବକମାନଙ୍କୁ ପାକିସ୍ତାନ ପଠାଇବାକୁ ପ୍ରସ୍ତୁତି ଚାଲିଥିଲା।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗିରଫ ହୋଇଥିବା ଉଭୟ ସନ୍ଦିଗ୍ଧ ଆତଙ୍କବାଦୀ ନଭେମ୍ବର ୬ରେ ଜାମ୍ମୁ କାଶ୍ମୀରରୁ ଦିଲ୍ଲୀ ଆସିଥିଲେ ଏବଂ ଏଠାରୁ ୟୁପିର ଦେବବନ୍ଦ ଯାଇଥିଲେ। ସେଠାରେ ସେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ତିଆରି କରିବାରେ ତାଲିମ ନେଇଥିଲେ। ଦେବବନ୍ଦ ବ୍ୟତୀତ ସେମାନେ ୟୁପିରେ ଅନେକ ସ୍ଥାନରେ  ଥିଲେ। ଦିଲ୍ଲୀରେ ସେମାନଙ୍କ ସହ ୟୁପିର ଜଣେ ବ୍ୟକ୍ତିଙ୍କ ସାକ୍ଷାତ ହୋଇଥିଲା, ଯିଏ ପାକିସ୍ତାନରେ ଜୈଶର ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିଲା । ସେ ସେମାନଙ୍କୁ ୟୁପି ଦେଇ ବାଂଲାଦେଶ ସୀମା ପର୍ଯ୍ୟନ୍ତ ନେଇ ଯାଇଥିଲା । ଏହି ବ୍ୟକ୍ତି ବର୍ତ୍ତମାନ ବାଂଲାଦେଶ ସୀମାରେ ଅଛି।

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories