www.samajalive.in
Thursday, December 11, 2025
13.1 C
Bhubaneswar

ଭିମସାରକୁ ଆସିଲା ପ୍ରଥମ କରୋନା ଭାଇରସ ସନ୍ଦିଗ୍ଧ ରୋଗୀ

ବୁର୍ଲା : ବୁର୍ଲା ଭିମସାରକୁ ପ୍ରଥମ କରୋନା ଭାଇରସ ସନ୍ଦିଗ୍ଧ ୨୩ ବର୍ଷିୟ ରୋଗୀ ଆସି ଭର୍ତ୍ତି ହୋଇଛି। ବର୍ତ୍ତମାନ କରୋନା ଭାଇରସରେ ଚାଇନା ଥରହର ହେଉଥିବା ବେଳେ ମୃତ୍ୟୁସଂଖ୍ୟା କେତେ ତାର କୌଣସି ସଠିକ ଆକଳନ କରାଯିବା ମଧ୍ୟ କଷ୍ଟକର। ତେବେ ଏହି ମାରାତ୍ମକ ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟ ମଧ୍ୟ ରହିଛି। ତେବେ ଭିମସାର ମେଡ଼ିକାଲର ଛାତି ଓ ସଂକ୍ରମଣ ରୋଗ ବିଭାଗରେ ଏହି ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଆଣି ଭର୍ତ୍ତି କରାଯାଇଛି। ଏହା ନିମିତ୍ତ ସମସ୍ତ ପ୍ରକାରର ସାବଧାନତା ଅବଲମ୍ବନ କରାଯାଇ ବିଭାଗର ପ୍ରଥମ ମହଲାକୁ ଖାଲି କରି ଦିଆ ଯାଇଥିବା ବିଭାଗୀୟ ସୁତ୍ରରୁ ପ୍ରକାଶ ପାଇଛି।

ଭିମସାରର ଛାତି ଓ ସଂକ୍ରମଣ ରୋଗ ବିଭାଗର ପ୍ରଥମ ମହଲାରେ ଏହି ରୋଗୀଙ୍କୁ ଭର୍ତ୍ତି କରାଯିବା ପାଇଁ ସମସ୍ତ ବ୍ୟବସ୍ତା କରାଯାଇଛି। ତେବେ ସଂନ୍ଧ୍ୟା ସମୟରୁ ଏହି ଛାତି ଓ ସଂକ୍ରମଣ ରୋଗ ବିଭାଗ ଚଳଚଞ୍ଚଳ ହୋଇ ପଡ଼ିଥିଲା। ଏହା ସହିତ ବିଭାଗର ପ୍ରଥମ ମହଲାର ସମସ୍ତ ରୋଗୀଙ୍କୁ ତଳକୁ ସିଫ୍ଟ କରି ଦିଆ ଯାଇଥିଲା। ଏହା ସହିତ ଆଇସିୟୁ ବ୍ୟବସ୍ତା ମଧ୍ୟ କରାଯାଇ ଥିଲା। ତେବେ ଏହି କରୋନା ଭାଇରସ ସନ୍ଦିଗ୍ଧ ବିଭାଗକୁ ଆସିବା ବିଷୟରେ ରୋଗୀ ସମ୍ପର୍କିୟ ଜାଣିବା ପରେ କେତେକ ରୋଗୀଙ୍କୁ ନେଇ ଆତ୍ମିୟ ସ୍ୱଜନ ମାନେ ଅନ୍ୟତ୍ର ଚାଲି ଯାଇଥିବା ମଧ୍ୟ ଜଣାପଡ଼ିଛି।

- Advertisement -

ତେବେ ଏହାକୁ ନେଇ ଭିମସାରର ଛାତି ଓ ସଂକ୍ରମଣ ରୋଗ ବିଭାଗର ସହଯୋଗୀ ପ୍ରଫେସର ତଥା ନୋଡ଼ାଲ ଅଧିକାରୀ ଡ଼ାକ୍ତର ସୁଦର୍ଶନ ପୋଥାଲଙ୍କୁ ଯୋଗାଯୋଗ କରାଯିବା ଫଳରେ ଏହା ରୋଗୀ ଭର୍ତ୍ତି ତଥା ଚିକିତ୍ସା ପାଇଁ ସମସ୍ତ ସାବଧାନତା ଅବଲମ୍ବନ କରାଯାଇ ଥିବା ସୁଚନା ଦେବା ସହିତ ସାଧାରଣ ରୋଗୀଙ୍କୁ ଉଚିତ ସ୍ତାନରେ ରଖି ଦିଆ ଯାଇଥିବା ସୁଚନା ଦେଇଛନ୍ତି। ଏହା ସହିତ ସନ୍ଦିଗ୍ଧ ରୋଗୀର ଚିକିତ୍ସା ତଥା ପରୀକ୍ଷା କ୍ଷେତ୍ରରେ ଯାହା ମଧ୍ୟ ଅନ୍ୟ ବିଭାଗର ସହାୟତା ଆବଶ୍ୟକ ତାହା ଉପଲବ୍ଧ ହୋଇପରିବ ବୋଲି ଡ଼ାକ୍ତର ପୋଥାଲ ମତପ୍ରକାଶ କରିଥିଲେ। ତେବେ ଏହି ୨୩ ବର୍ଷିୟ ଯୁବିକ ଜଣକ କୋରିଆରେ ଚାକିରୀ ବା ଅଧ୍ୟୟନ କରୁଥିବା ବେଳେ ଗତ ୨୨ ତାରିଖରେ ସେ ଭାରତ ପହଞ୍ଚିଥିଲା। ଦିଲ୍ଲୀରେ ସେ ପହଞ୍ଚିବା ପରେ କରୋନା ଭାଇରସରେ ପିଡ଼ିତ ରହିଥିବା ସନ୍ଦେହରେ ଯୁବକର ପରୀକ୍ଷାନିରୀକ୍ଷା କରାଯାଇଥିଲା ମାତ୍ର ପରିକ୍ଷାରେ କିଛି ବାହାରି ନ ଥିଲା।

ପରେ ଯୁବକ ଜଣକ ଫ୍ଲାଇଟ ମାଧ୍ୟମରେ ଝାରସୁଗୁଡ଼ା ଏୟାରପୋର୍ଟ ପହଞ୍ଚି ଥିଲା। ଏହା ସହିତ ଯୁବକର ବାପା ଏମସିଏଲର ବସୁନ୍ଧରା ମାଇନ୍ସରେ କାର୍ଯ୍ୟରତ ରହିଥିବା କର୍ମଚାରୀ ବୋଲି ଜଣାପଡ଼ିଛି। ତେବେ ଗତକାଲି ସଂନ୍ଧ୍ୟା ସମୟରୁ ଯୁବକର ଜ୍ୱର ଆରମ୍ଭ ହେବା ପରେ ତାକୁ ଆଜି ବୁର୍ଲା ମେଡ଼ିକାଲ ଛାତି ଓ ସଂକ୍ରମଣ ରୋଗ ବିଭାଗର କରୋନା ନୋଡ଼ାଲ ସେଣ୍ଟରକୁ ପ୍ରେରିତ କରାଯାଇଛି। ତେବେ ଯୁବକ ଜଣକ ଝାରସୁଗୁଡ଼ା ଏୟାରପୋର୍ଟରୁ ନିଜ ଘରକୁ ଯାଇ ସେଠାରୁ ପୁଣି ଭିମସାର ଅଭିମୁଖେ ଆସିଛି। ସେପଟେ କୋରିଆରେ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିବା ଘଟଣାକୁ ଅଣଦେଖା କରାଯାଇ ନ ପାରେ। ରୋଗୀ ଜଣକ ରାତ୍ରି ସମୟରେ ଛାତି ଓ ସଂକ୍ରମଣ ରୋଗ ବିଭାଗରେ ଖୋଲା ଯାଇଥିବା କରୋନା ନୋଡ଼ାଲ ସେଣ୍ଟରକୁ ଆସିଛି ରୋଗୀକୁ ଡ଼ାକ୍ତର ପୋଥାଲ ନିଜେ ମାସ୍କ ତଥା ସମୁଦାୟ ଶରୀର ଘୋଡ଼ା ହୋଇଥିବା ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରି କରୋନା ସନ୍ଦିଗ୍ଧ ଯୁବକକୁ ବିଭାଗକୁ ନେଇଥିଲେ। ତେବେ ଏହି ରୋଗୀଙ୍କ ପରୀକ୍ଷା କାରଯିବା ପରେ କରୋନା ଭାଇରସରେ ଯୁବକ ଜଣକ ପିଡ଼ିତ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories