ଭୁବନେଶ୍ଵର:ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ ବୋଲି କହିଛି ବିଜେଡି। ଯେଉଁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ସତ୍ୟର ଅପଳାପ କରାଯାଇଛି। ବିଜେଡି ଅପରାଧକୁ ଉସୁକାଉଛି। ଯଦି କୌଣସି ପ୍ରମାଣ ନଥିବ ତାହେଲେ କୋର୍ଟରେ ବେଲ୍ ସଙ୍ଗେ ସଙ୍ଗେ ମିଳିଯିବ। ହତ୍ୟା ପାଇଁ ବାହାରୁ ପେଷାଦାର ଅପରାଧୀଙ୍କୁ ଡକାଯିବା କଥା ଶୁଣି ମୁଁ ଚକିତ ହେଉଛି। ଉଦ୍ଦେଶ୍ୟ ଥିଲେ ପରଦିନ ଗିରଫ କରିଥାନ୍ତୁ, ତାହେଲେ ଏତେ ଦିନ କାହିଁକି ସମୟ ଲାଗୁଛି। ତେଣୁ ମୁଁ କହୁଛି , ବିଜେଡି ଓଡିଶା ପାଇଁ ଅନ୍ୟାୟ କରୁଛି।
Popular Categories



