www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ମୃତ୍ୟୁର ସତ୍ୟତା ଯାଞ୍ଚ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କରୋନାରେ ମୃତ୍ୟୁବରଣ କରିଥିବା ନେଇ ମିଥ୍ୟା ଦାବି କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଯାଞ୍ଚ କରିବା ନେଇ ସର୍ବୋଚ୍ଚ ନ୍ୟାୟ।ଳୟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ,ଗୁଜରାଟ,କେରଳ ଓ ମହାରାଷ୍ଟ୍ରରେ ପାଞ୍ଚ ପ୍ରତିଶତ ଦାବିକୁ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାଜ୍ୟମାନଙ୍କରେ କରୋନାରେ ହୋଇଥିବା ମୃତ୍ୟୁର ରେକର୍ଡ ଓ ଦାବି ହୋଇଥିବା ମୃତ୍ୟୁ ମଧ୍ୟରେ ଭିନ୍ନତା ସାମ୍ନାକୁ ଆସିଛି।
ସୁପ୍ରିମକୋର୍ଟ କରୋନାରେ ହୋଇଥିବା ମୃତ୍ୟୁର ଅନୁକମ୍ପା ରାଶି ପାଇବା ପାଇଁ ଦାବି କରିବାର ସ୍ୱତନ୍ତ୍ର ସମୟ ସୀମା ନିର୍ଦ୍ଧାରିତ କରିଛନ୍ତି। ୨୮ ମାର୍ଚ୍ଚ ଯାଏଁ ଅନୁକମ୍ପା ରାଶି ଦାବି କରି ପାରିବେ। ଏହା ବ୍ୟତୀତ ଆଗକୁ କରୋନା ଜନିତ ମୃତ୍ୟୁ ହେଲେ ୯୦ ଦିନ ମଧ୍ୟରେ ଦାବି କରିପାରିବେ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ର ସରକାର ପାଞ୍ଚ ରାଜ୍ୟରେ ପାଞ୍ଚ ପ୍ରତିଶତ ଦାବିକୁ ଯାଞ୍ଚ କରିପାରିବେ। ସନ୍ଦେହ ଥିବା ସ୍ଥାନରେ କେନ୍ଦ୍ର ଅଧିକ ଯାଞ୍ଚ କରିପାରିବ। କେନ୍ଦ୍ର ସରକାର କରୋନାରେ ହୋଇଥିବା ମୃତକଙ୍କ ପାଇଁ ୫୦ ହଜାର ଲେଖାଏଁ ଅନୁକମ୍ପା ରାଶି ଦେବା ପାଇଁ ସ୍ୱୀକାର କରିଥିଲେ।   ମାର୍ଚ୍ଚ ୧୪ରେ ହୋଇଥିବା ଶୁଣାଣି ଅନୁଯାୟୀ ପ୍ରଦାନ କରାଯାଇଥିବା ସମୟସୀମାର ବ୍ୟତିକ୍ରମ ହେଲେ ଏହାକୁ ନେଇ ସିଏଜି ଦ୍ୱାରା ଏହାର ଯାଞ୍ଚ ହୋଇପାରିବ। ଗତବର୍ଷ ଅକ୍ଟୋବର ୪ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ସମସ୍ତ ରାଜ୍ୟରେ କରୋନାରେ ହୋଇଥିବା ମୃତକଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ। କୌଣସି ରାଜ୍ୟ ଅନୁକମ୍ପା ରାଶି ଦେବାରୁ ଓହରି ପାରିବେ ନାହିଁ। ମାତ୍ର ପ୍ରମାଣପତ୍ରରେ ମୃତ୍ୟୁ କରୋନା ପାଇଁ ହୋଇଥିବା ଆବଶ୍ୟକ। ମହାମାରୀ ପାଇଁ ଏଯାଏଁ ୫.୧୬ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ଏନେଇ ସୂଚନା ମିଳିଛି। ଗୁଜରାଟ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ କେରଳରେ ୨.୩୬ ଲକ୍ଷ ଲୋକଙ୍କ ଜୀବନ କରୋନା ପାଇଁ ଚାଲି ଯାଇଛି।

 

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories