www.samajalive.in
Saturday, December 6, 2025
26.1 C
Bhubaneswar

ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌ କୋର୍ଟ ଖପ୍ପା, କୃଷି ଆଇନକୁ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୃଷି ଓ ଚାଷୀ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ୍‌ କୋର୍ଟ। କେନ୍ଦ୍ର କୃଷି ଆଇନ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରମି୍‌ କୋର୍ଟ। ଆପୋଷ ବୁଝାମୁଣା ନେଇ କେନ୍ଦ୍ର ସରକାରଙ୍କ ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କଲେ। ଯାହା କିଛି ଚାଲିଛି ଆମେ ଆଦୌ ଖୁସି ନୋହୁଁ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ.ବୋବଡେ ପ୍ରକାଶ କରିଛନ୍ତି। କ’ଣ ପାଇଁ ବୟସ୍କ ଲୋକ ଥଣ୍ଡା କାକରରେ ପଡ଼ିଛନ୍ତି? କାହିଁକି କେହି ଜଣେ ଆଇନ ସପକ୍ଷରେ ଏ ପର୍ଯ୍ୟନ୍ତ କିଛି ରିଟ୍‌ ପିଟିସନ୍ ଦାୟର କରିନାହାନ୍ତି? ଇତ୍ୟାଦି ସୁପ୍ରିମ୍‌ କୋର୍ଟ ପକ୍ଷରୁ ପ୍ରଶ୍ନ ଉଠାଯାଇଛି।  ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ କୌଣସି ରକ୍ତପାତ ଓ ମୃତ୍ୟୁକୁ ଆମେ ଗ୍ରହଣ କରିପାରିବୁ ନାହିଁ। ଆଇନକୁ ସ୍ଥଗିତ ରଖି ଏକ କମିଟି ଗଠନ ପାଇଁ ନିର୍ଦେଶ ଦେଲେ କୋର୍ଟ। ଏକ୍ସପର୍ଟ କମିଟିର ନିଷ୍ପତ୍ତି ପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ ସ୍ଥଗିତ ରହୁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ପକ୍ଷରୁ କୁହାଯାଇଛି।

 

- Advertisement -

ଆଜି କେନ୍ଦ୍ର ସରକାରଙ୍କ ତିନି ବିବାଦୀୟ କୃଷି ଆଇନକୁ କିଛି ଦିନ ପାଇଁ ସ୍ଥଗିତ କରିବାକୁ ସୁପ୍ରିମ କୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏ ନେଇ ଚାଲିଥିବା ମାମଲାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି ଏସ୍‌.ଏ.ବୋବଡେ କେନ୍ଦ୍ର ସରକାରଙ୍କ ଉଦେଶ୍ୟରେ କହିଛନ୍ତି ଯେ ଏହି ତିନି ଆଇନକୁ ଆପଣ ସ୍ଥଗିତ ରଖିବେ ନା ଆମେ ଏହା କରିବୁ। ଏହି ଆଇନ ବିରୋଧୀ ଆନ୍ଦୋଳନ ଜନିତ ସ୍ଥିତି ଅଧିକ ଖରାପ ଆଡ଼କୁ ଗତି କରୁଛି। ଏନେଇ ଆମେ ଅସନ୍ତୋଷ ପ୍ରକାଶ କରୁଛୁ। ଯଦି ଏହାକୁ ନେଇ ରକ୍ତପାତ ହୁଏ ତେବେ ସେଥିପାଇଁ ଆମେ ସମସ୍ତେ ଦାୟୀ ରହିବା।
ସେହିପରି ଏହି ତିନି ଆଇନ ନେଇ ମୁଖ୍ୟ ବିଚାରପତି କେନ୍ଦ୍ର ସରକାରଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି। ସରକାର ଏହି ପ୍ରସଙ୍ଗରେ କିପରି ମୁକାବିଲା କରୁଥିଲେ ଜାଣିଛନ୍ତି କି ନାହିଁ? ନିୟମ ତିଆରି କରିବା ପୂର୍ବରୁ କାହା ବିଷୟରେ ଆଲୋଚନା କରିଥିଲେ କି ନାହିଁ? ଏବେ ସରକାର କ’ଣ କରୁଛନ୍ତି?
ସଲିସିଟର ଜେନେରାଲ କହିଛନ୍ତି ଯେ ବହୁ ସଂଖ୍ୟକ କୃଷକ ସଂଗଠନ ଏହି ଆଇନକୁ ଲାଭଦାୟକ ବୋଲି କହିଛନ୍ତି। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଆମ ଆଗରେ କେହି ଆସି ଏହା କହି ନାହାନ୍ତି। ତେଣୁ ଆମେ ଏହା ଉପରେ କିଛି କହିବୁ ନାହିଁ କି ବିଚାର କରିପାରିବୁ ନାହିଁ। ଯଦି ବହୁ ଚାଷୀ ସମର୍ଥନ କରୁଛନ୍ତି ତାହେଲେ ଏ ସଂକ୍ରାନ୍ତରେ ଗଠିତ ହୋଇଥିବା କମିଟିକୁ ସର୍ବପ୍ରଥମେ କୁହନ୍ତୁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories