www.samajalive.in
Sunday, December 7, 2025
23.1 C
Bhubaneswar

କାଉଡି ଯାତ୍ରା : ୟୁପି ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରାୟ ; କେନ୍ଦ୍ରକୁ ମଧ୍ୟ ନୋଟିସ ଜାରି

ନୂଆଦିଲ୍ଲୀ : କରୋନାର ୩ୟ ତରଙ୍ଗର ଆଶଙ୍କାକୁ ନଜରରେ ରଖି କିଛି ରାଜ୍ୟରେ ,ରାଜ୍ୟସରକାର କାଉଡି ଯାତ୍ରା ଉପରେ ପ୍ରତିବନ୍ଧକ ଜାରି କରି ଥିବା ବେଳେ କିଛି ରାଜ୍ୟ କାଉଡି ଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଉତ୍ତରପ୍ରଦେଶରେ ଏହି ଯାତ୍ରା ପାଇଁ ଅନମୁତି ପ୍ରଦାନ କରାଇଥିବା ବେଳେ ଏହାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହ ୟୁପି ସରକାର ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନୋଟିସ ଜାରି କରିଛନ୍ତି। ଆସନ୍ତା ୧୬ ତାରିଖରେ ଏହି ମାମଲାର ଶୁଣାଣି ହେବ।
ଦେଶରେ ଏବେ ମଧ୍ୟ କରୋନା ବିପଦ ଜାରି ରହିଥିବାରୁ ବିଭିନ୍ନ ରାଜ୍ୟରେ କାଉଡିଆଙ୍କ ଯାତ୍ରା ଉପରେ ରୋକ ଲଗାଯାଇଛି। ୟୁପି ସରକାରଙ୍କ ଅନୁମତି ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ କୋର୍ଟ କହିଛନ୍ତି, କାଉଡି ଯାତ୍ରାକୁ ଅନୁମତି ମିଳିବା ପରେ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଡାକ୍ତରୀ ବିଶେଷଜ୍ଞମାନେ ଜନ ସମାଗମରୁ ଦୂରେଇ ରହିବା ସହ ସମସ୍ତ ନିୟମ ପାଳନ କରିବାକୁ ଚେତାବନୀ ଦେଉଛନ୍ତି। କରୋନାର ତୃତୀୟ ତରଙ୍ଗ ଆସୁଥିବା ଆଶଙ୍କା କରାଯାଉଥିବା ବେଳେ କୌଣସି ନିୟମର ଉଲ୍ଲଙ୍ଘନ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories