www.samajalive.in
Wednesday, December 10, 2025
14.1 C
Bhubaneswar

ଲଖିମପୁର ଖେରି ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ କାର୍ଯ୍ୟ ନିରୀକ୍ଷଣ ଦାୟିତ୍ୱ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ଓ ହରିଆଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରାକେଶ କୁମାର ଜୈନଙ୍କୁ ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ କାର୍ଯ୍ୟ ନିରୀକ୍ଷଣ କରିବାକୁ ସୁପ୍ରିମକୋର୍ଟ ବୁଧବାର ନିଯୁକ୍ତି ଦେଇଛନ୍ତି । ଏଥିସହିତ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏହି ହିଂସା ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ରେ ଉତ୍ତର ପ୍ରଦେଶର ତିନି ଆଇପିଏସ ଅଧିକାରୀଙ୍କୁ ସାମିଲ କରିଛନ୍ତି, ଯେଉଁମାନେ ଉକ୍ତ ରାଜ୍ୟର ମୂଳ ବାସିନ୍ଦା ନୁହନ୍ତି । ଏସଆଇଟି ତାହାର ତଦନ୍ତ ଶେଷକରି ସ୍ଥିତିପତ୍ର ଅଦାଲତରେ ଦାଖଲ କରିବା ପରେ ସୁପ୍ରିମକୋର୍ଟର ଏହାର ପରବର୍ତ୍ତୀ ଶୁଣାଣି ଆରମ୍ଭ କରିବେ ବୋଲି କହିଛନ୍ତି । ଏସଆଇଟି ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ନିଯୁକ୍ତ କରାଯାଇଥିବା ଅଧିକାରୀଙ୍କୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ୧୫ ତାରିଖ ଦିନ ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ତଦନ୍ତକାରୀ ଦଳରେ ସାମିଲ କରାଯାଉଥିବା ପୁଲିସ ଅଧିକାରୀ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିବା ଆବଶ୍ୟକ । ସେଥିପାଇଁ ରାଜ୍ୟର ଆଇପିଏସ ଅଧିକାରୀଙ୍କ ନାମ ସୁପ୍ରିମକୋର୍ଟ ମାଗିଥିଲେ, ଯେଉଁମାନେ ଉତ୍ତର ପ୍ରଦେଶର ମୂଳ ବାସିନ୍ଦା ହୋଇନଥିବେ । ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶ ସରକାର ସବଇନ୍ସପେକ୍ଟର ଏବଂ ଡିଏସପି ସ୍ତରୀୟ ଅଧିକାରୀଙ୍କୁ ଏସଆଇଟିରେ ନିଯୁକ୍ତ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories