www.samajalive.in
Monday, December 8, 2025
24.1 C
Bhubaneswar

ଖାଦ୍ୟ ନୁହେଁ ବରଂ ସାଜସଜ୍ଜାରେ ବ୍ୟବହାର ହୋଇଥାଏ ଏହି କୋବି

ଶୀତଋତୁ ଆସିବା ମାତ୍ରେ ଖାଦ୍ୟପ୍ରେମୀଙ୍କ ପାଇଁ ଭଲ ଦିନ ଆସେ, କାରଣ ଏହି ଋତୁରେ ପ୍ରିୟ ପନିପରିବା ଖାଇବାକୁ ମିଳିଥାଏ। ବିଶେଷ କରି ଶୀତଦିନେ ଅଧିକାଂଶ କୋବି ମିଳିଥାଏ ଏବଂ ଏହାକୁ ଖାଇବାକୁ ମଧ୍ୟ ଅନେକ ଲୋକେ ପସନ୍ଦ କରିଥାଆନ୍ତି। ଶୀତଦିନେ ଲୋକଙ୍କ ଘରେ କୋବି ତରକାରୀ ଏବଂ କୋବି ପରଟା ତଥା ବିିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ବିଭିନ୍ନ ପ୍ରକାର ଫୁଲକୋବି କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ମାତ୍ର ଖାଦ୍ୟ ପାଇଁ ନୁହେଁ ବରଂ ସଜାଇବା ପାଇଁ ବ୍ୟବହୃତ ହେଉଥିବା ଏପରି କୋବି ବିଷୟରେ ଆପଣ ଜାଣନ୍ତି କି? ତେବେ ଜାଣନ୍ତୁ ଏପରି ଏକ କୋବି ବିଷୟରେ ଯାହାକୁ ଆପଣ ଖାଇ ପାରିବେ ନାହିଁ ବରଂ ଘର ସାଜସଜ୍ଜା ପାଇଁ ବ୍ୟବହୃତ ………..
ଆପଣ କେଲ୍‍ ପରିବାର ନାମ ତ ଶୁଣିଥିବେ। ଖାଇ ମଧ୍ୟ ଥିବେ। କେଲ୍‍ ଏକ ପତ୍ରଥିବା ପରିବା। ଏହାକୁ ପତ୍ର କୋବି ମଧ୍ୟ କୁହାଯାଏ। ଏହା ବନ୍ଧରକୋବି, ଫୁଲକୋବି ଓ ବ୍ରୋକୋଲିର ଶ୍ରେଣୀର। ମାତ୍ର ଏପରି କେତେକ କେଲ୍‍ କୋବି ରହିଛି, ଯାହା ଖାଦ୍ୟ ପାଇଁ ନୁହେଁ କେବଳ ସଜାଇବାକୁ ବ୍ୟବହାର କରାଯାଇଥାଏ। ଏହି ସାଜସଜ୍ଜାରେ ବ୍ୟବହାର ହେଉଥିବା କୋବି ପ୍ରଥମେ ଜାପାନରେ ଚାଷ କରାଯାଇଥିଲା। ଏହି କୋବିକୁ ଅର୍ଣ୍ଣାମେଣ୍ଟଲ୍‍ କ୍ୟାବେଜ୍‍ କୁହାଯାଏ ।

ପ୍ରାୟ ୧୯୩୬ ପରଠାରୁ, ଆମେରିକୀୟ ବଜାରରେ ମଧ୍ୟ ଏହି କୋବି ବିକ୍ରି ଆରମ୍ଭ ହୋଇଥିଲା ବୋଲି ଜଣାପଡିଛି। ଶୀତଦିନେ, ଏହି କୋବି ଆପଣଙ୍କ ବଗିଚାକୁ ଖୁବ ସୁନ୍ଦର କରିଥାଏ। ଏହି କୋବି କେବଳ ଅତ୍ୟଧିକ ଥଣ୍ଡା ପାଗରେ ଭଲ ଭାବେ ଫଳିଥାଏ । ଅର୍ଣ୍ଣାମେଣ୍ଟଲ୍‍ କ୍ୟାବେଜ ଏବଂ କେଲ୍‍ ବାଇଗଣୀ, ଧଳା ଏବଂ ଗୋଲାପୀ ରଙ୍ଗର ହୋଇଥାଏ। ସବୁଠୁ ବଡ କଥା ହେଉଛି -୧୫ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରାରେ ମଧ୍ୟ ଏହି କୋବି ଫଳିଥାଏ। ଯଦିଓ ଏହି କୋବି ମଧ୍ୟ ଖିଆଯାଇପାରେ ମାତ୍ର ଏହାର ସ୍ୱାଦ ଅତ୍ୟନ୍ତ ତିକ୍ତ, ତେଣୁ ଏହା କେବଳ ସାଜସଜ୍ଜାରେ ବ୍ୟବହୃତ ହୁଏ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories