www.samajalive.in
Monday, December 8, 2025
13.1 C
Bhubaneswar

ବିମାନ ଟିକଟ ଫେରସ୍ତ ପ୍ରସଙ୍ଗ ଯାତ୍ରୀ, ଏଜେଣ୍ଟଙ୍କୁ ଅର୍ଥ ଫେରସ୍ତର ପଦ୍ଧତି ସ୍ପଷ୍ଟ କର

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ଦେଶରେ ଲାଗୁ କରାଯାଇଥିବା ପ୍ରଥମ ଦୁଇ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅର୍ଥାତ୍‌ ମାର୍ଚ୍ଚ ୨୫ରୁ ମେ’ ୩ ମଧ୍ୟରେ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ କରାଯାଇଥିବା ଟିକଟ ଅର୍ଥ ବିମାନ କମ୍ପାନୀଗୁଡିକ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରିବେ। ତେବେ ଯାତ୍ରୀ ଏବଂ ଏଜେଣ୍ଟଙ୍କୁ ଅର୍ଥ ଫେରସ୍ତ କ୍ଷେତ୍ରରେ ସରକାର କିଭଳି ପଦ୍ଧତି ବା ବ୍ୟବସ୍ଥା ଆପଣାଉଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ କରିବାକୁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠର ଚିଠା ବିବରଣୀ ବେଶ ଦୁର୍ବଳ ରହିଥିବା ଅଦାଲତଙ୍କ ନିକଟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସ୍ବୀକାର କରିଥିଲେ। ମାମଲାର ବିଚାର କରି ଜଷ୍ଟିସ୍‌ ଆଶୋକ ଭୂଷଣ, ଜଷ୍ଟିସ୍‌ ଆର୍‌ ସୁବାଷ ରେଡ୍ଡି ଏବଂ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଲେ ଯେ, ଲକ୍‌ଡାଉନ୍‌ ସମୟରେ ବିମାନ ଟିକଟ ବୁକିଂ କ୍ଷେତ୍ରରେ କେବଳ ​ଗୋଟିଏ ପ୍ରସଙ୍ଗକୁ ନେଇ ଚିନ୍ତା ହେଉଛି ଯେ ଅର୍ଥ ଫେରସ୍ତ ହେବ କି ନ ହେବ। ଏହି ଅବସରରେ ଖଣ୍ଡପୀଠ ସଲିସିଟର ଜେନେରାଲଙ୍କୁ ପ୍ରଶ୍ନ କରିଥି​‌​‌​ଲେ ଯେ, ଯଦି ଜଣେ ଯାତ୍ରୀ ଲକ୍‌ଡାଉନ୍‌ ଲାଗିବା​‌ର ଗୋଟିଏ ଦିନ ପୂର୍ବରୁ ବିମାନ ଟିକଟ ବୁକିଂ କରିଥାନ୍ତି ତେବେ ତାଙ୍କୁ ଟିକଟ ଅର୍ଥ ଫେରସ୍ତ କ୍ଷେତ୍ରରେ କ’ଣ ବ୍ୟବସ୍ଥା କରାଯିବ। ତେବେ ଏଥିରେ ମେହେଟ୍ଟାଙ୍କ ଉତ୍ତର ଥିବା ସମ୍ପୃକ୍ତ ଯାତ୍ରୀ ତୁରନ୍ତ ଟିକଟ ଅର୍ଥ ଫେରସ୍ତ ପାଇବେନାହିଁ। ସୂଚନାଯୋଗ୍ୟ, ଅର୍ଥ ଫେରସ୍ତ ନେଇ ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିଲେ। ଯାତ୍ରୀଙ୍କୁ ଏହି ଅର୍ଥ ୧୫ ଦିନ ମଧ୍ୟରେ ଫେରସ୍ତ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଏମ୍‌ଓସିଏ) ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ପୂର୍ବରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା।​‌ ଯଦି ଦ୍ବିତୀୟ ଲକ୍‌ଡାଉନ୍‌ ସମୟରେ ମାର୍ଚ୍ଚ ୨୫ରୁ ମେ’ ୩ ମଧ୍ୟରେ ଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ଟିକଟ ବୁକିଂ କରାଯାଇଥାଏ, ଏଭଳି ସ୍ଥଳେ ଯାତ୍ରୀଙ୍କୁ ତୁରନ୍ତ ଟିକଟ ଅର୍ଥ ​ଫେରସ୍ତ କରାଯିବ ​ବୋଲି ଡିଜିସିଏ କହିଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories