www.samajalive.in
Friday, December 5, 2025
20.1 C
Bhubaneswar

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତଙ୍କ ସ୍ପଷ୍ଟୀକରଣ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ

ନୂଆଦିଲ୍ଲୀ: ବରିଷ୍ଠ ଆଡ୍‌ଭୋକେଟ ପ୍ରଶାନ୍ତ ଭୂଷଣ ଏବଂ ସାମ୍ବାଦିକ ତରୁଣ ତେଜପାଲଙ୍କ ବିରୋଧରେ ସୁପ୍ରିମକୋର୍ଟ ଅବମାନନା ନେଇ ୧୧ ବର୍ଷ ପୁରୁଣା ଏକ ମାମଲାର ଶୁଣାଣି ସୋମବାର ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିଲା। ଶୁଣାଣି ସମୟରେ ପ୍ରଶାନ୍ତ ଭୂଷଣ ନିଜର ସ୍ପଷ୍ଟୀକରଣ ରଖିଥିଲେ, କିନ୍ତୁ ସୁପ୍ରିମକୋର୍ଟ ତାହାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଫଳରେ ଏହା ପ୍ରଶାନ୍ତଙ୍କ ପାଇଁ ଅଡୁଆ ବଢ଼ାଇଛି।

ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବି.ଆର ଗୱଇ ଏବଂ କୃଷ୍ଣ ମୁରାରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ​‌ଯେ, ସେ ଏହି ମାମଲାର ଶୁଣାଣି କରିବେ ଏବଂ ଭ୍ରଷ୍ଟାଚାର ଉପରେ ବିଚାରପତିଙ୍କ ସମ୍ପର୍କରେ ଦିଆଯାଇଥିବା ମନ୍ତବ୍ୟ ପ୍ରକୃତରେ ଅବମାନନା କି ନାହିଁ ତାହା ବିଚାର କରିବେ। ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୦୯ ନଭେମ୍ବରରେ ତହଲ୍‌କା ପତ୍ରିକାର ଏକ ସାକ୍ଷାତ୍‌କାରରେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟର କିଛି ବିଚାରପତି ଏବଂ ପୂର୍ବତନ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏଥିପାଇଁ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣ ଏବଂ ତହଲ୍‌କାର ତତ୍କାଳୀନ ସମ୍ପାଦକ ତରୁଣ ତେଜପାଲ୍‌ଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଥିଲେ। ପ୍ରଶାନ୍ତ ଏ ନେଇ ସୁପ୍ରିମକୋର୍ଟରେ ସ୍ପଷ୍ଟୀକରଣ ଦେଇଥିବାବେଳେ ତେଜପାଲ୍‌ କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ କହିଥିଲେ ଯେ, ସେ ଯଦି ସ୍ପଷ୍ଟୀକରଣ ଏବଂ କ୍ଷମାପ୍ରାର୍ଥନା ଗ୍ରହଣ ନ କରନ୍ତି, ତେବେ ମାମଲାର ଶୁଣାଣି ହେବ। ପ୍ରକୃତରେ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ଆକ୍ଷେପ କରାଯିବା ଅଦାଲତ ଅବମାନନା କି ନୁହେଁ ତାହାର ବିଚାର ହେବ ବୋଲି ଖଣ୍ଡପୀଠ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories