www.samajalive.in
Friday, December 5, 2025
20.1 C
Bhubaneswar

କୃଷକଙ୍କୁ ସମର୍ଥନ ବଢ଼ୁଛି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ଆନ୍ତର୍ଜାତିକ ସ୍ବୀକୃତି ମିଳିବା ପରେ ଏହା ଅଧିକ ବ୍ୟାପକ ହେବାରେ ଲାଗିଛି। ଭାରତରେ ଚଳଚ୍ଚିତ୍ର ଶିଳ୍ପ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ କ୍ରୀଡ଼ାବିତ୍‌ମାନେ କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ନିର୍ଦେଶକ କରନ ଜୋହରଙ୍କ ସମେତ କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି, ଅନିଲ କୁମ୍ବଲେ ପ୍ରମୁଖ ମତ ଦେଇଛନ୍ତି ଯେ କୃଷକ ଆନ୍ଦୋଳନ ଭାରତର ଆଭ୍ୟନ୍ତରୀଣ ସମସ୍ୟା। ଏଥିରେ ବିଦେଶୀ ରାଷ୍ଟ୍ର ଓ ବ୍ୟକ୍ତିବିଶେଷଙ୍କର କୌଣସି ଦେଣନେଣ ନାହିଁ। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗୁରୁବାର କହିଛନ୍ତି ଯେ କୃଷକ ଆନ୍ଦୋଳନ ସମ୍ପର୍କରେ ଦଳ ବୈଠକରେ ଆଲୋଚନା ହୋଇଛି। ଏହାର ସମାଧାନ ଶୀଘ୍ର ହେବା ଆବଶ୍ୟକ ବୋଲି ଏଥିରେ ମତପ୍ରକାଶ ପାଇଛି। କୃଷକ ସଂଗଠନ ନେତା ରାକେଶ ଟିକାୟତ କହିଛନ୍ତି ଯେ ବଲିଉଡ୍‌ କିମ୍ବା ଖେଳ ଜଗତର ସେଲିବ୍ରିଟିମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରିବାରେ କୌଣସି ଅସୁବିଧା ନାହିଁ। ସେମାନଙ୍କୁ ଆମେ ବ୍ୟକ୍ତିଗତ ଭାବେ ଜାଣି ନାହୁଁ କିମ୍ବା ସମର୍ଥନ ପାଇଁ ନିବେଦନ କରି ନାହୁଁ। ଏହା ସ୍ବତଃସ୍ଫୂର୍ତ୍ତ ବୋଲି ଟିକାୟତ କହିଛନ୍ତି। ଏଥିସହିତ ଶନିବାର, ୬ରେ କୃଷକଙ୍କ ପ୍ରସ୍ତାବିତ ଦେଶବ୍ୟାପୀ ୩ଘଣ୍ଟିଆ ଚକାଜାମ୍‌ ଆନ୍ଦୋଳନରୁ ରାଜଧାନୀ ଦିଲ୍ଲୀକୁ ବାଦ୍‌ ଦିଆଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ଗୁରୁବାର ସଂସଦରେ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିବାବେଳେ ୧୦ ବିରୋଧୀ ଦଳର ୧୫ ସାଂସଦ ଗାଜିପୁର ସୀମାରେ କୃଷକଙ୍କୁ ଭେଟିବାକୁ ଯାଇଥିଲେ; କିନ୍ତୁ ପୁଲିସ ସେମାନଙ୍କୁ ଏଥିପାଇଁ ଅନୁମତି ଦେଇ ନ ଥିଲା। ସେମାନେ ବାଧ୍ୟହୋଇ ଫେରି ଆସିଥିଲେ। ଏଥିରେ ଟିଏମ୍‌ସି, ଡିଏମ୍‌କେ, ଅକାଳୀ ଦଳ, ଏନ୍‌ସିପି ଆଦି ଦଳର ସାଂସଦ ସାମିଲ ଥିଲେ। ସଂସଦରେ ସରକାର ଆଲୋଚନାର ସୁଯୋଗ ନ ଦେବାରୁ ସେମାନେ ଆନ୍ଦୋଳନ ସ୍ଥଳକୁ ଆସିଥିବା କହିଥିଲେ ଅକାଳୀ ଦଳ ସାଂସଦ ହର୍‌ସିମ୍‌ରତ କାଉର ବାଦଲ। ଅପରପକ୍ଷରେ ସରକାର ଆନ୍ଦୋଳନ ସ୍ଥଳରେ ଶାନ୍ତିରକ୍ଷା ପାଇଁ ସିଆରପିଏଫ୍‌କୁ ମୁତୟନ କରିଛନ୍ତି। ସେଠାରେ ୩୧ କମ୍ପାନୀ ସିଆରପିଏଫ୍‌ ମୁତୟନ ହୋଇଥିବା ପ୍ରକାଶ। ସିଙ୍ଘୁ, ଟିକ୍ରି, ଗାଜିପୁର ସହିତ ପିଆଉ ମନିଆରୀ, ସାବୋଲି, ଔଛନ୍ଦି ଆଦି ସୀମାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଜାତୀୟ ରାଜପଥ-୪୪ ଓ ରିଙ୍ଗ୍‌ ରୋଡ ତଥା ଜିଟିକେ ରୋଡ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ-ପାନିପତ ରାଜପଥ-୧କୁ ନିକଟସ୍ଥ କୃଷିକ୍ଷେତ୍ର ଉପରେ ନିଆଯାଇଛି। ଏଥିନେଇ ସ୍ଥାନୀୟ ଚାଷୀ ଚିନ୍ତା ବ୍ୟକ୍ତ କରିଛନ୍ତି। ଜମି କ୍ଷତିଗ୍ରସ୍ତ ହେଉଥିବା ସେମାନେ ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ ନିଜକୁ ଅସୁରକ୍ଷିତ ମନେ କରୁଥିବା କୃଷକ ନେତାମାନେ ସିଙ୍ଘୁ ସୀମାରେ ଥିବା ସଂଗଠନ କାର୍ଯ୍ୟାଳୟକୁ ଅନ୍ୟତ୍ର ହଟାଇନେବାକୁ ବିଚାରବିମର୍ଶ ଚଳାଇଛନ୍ତି। ସବୁବେଳେ କିଛି ଅଜ୍ଞାତ ବ୍ୟକ୍ତି ସେମାନଙ୍କୁ ପିଛା କରୁଛନ୍ତି ଏବଂ କାର୍ଯ୍ୟାଳୟକୁ ଜଗି ରହୁଛନ୍ତି। ପୁଲିସ ମଧ୍ୟ ବ୍ୟାରିକେଡ କରି ସେମାନଙ୍କୁ ଅଟକ ଭଳି ରଖିଛି। ସେମାନେ ସେଠାରେ ନିଜକୁ ସୁରକ୍ଷିତ ମଣୁ ନ ଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ନେତାମାନେ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories