www.samajalive.in
Saturday, December 6, 2025
26.1 C
Bhubaneswar

ମୋ ୭୭୪ ରନ୍‌ଠାରୁ ଗିଲ୍‌ଙ୍କ ପ୍ରଦର୍ଶନ ବହୁତ ଭଲ: ଗାଭାସ୍କର

ଲଣ୍ଡନ: ଘରୋଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ପ୍ରଥମଥର ଭାରତର ନେତୃତ୍ବ ନେଇଥିବା ଶୁଭମନ ଗିଲ୍‌ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଏହି ଶୃଙ୍ଖଳାରେ ଗିଲ୍‌ ୧୦ଟି ଇନିଂସରୁ ୪ଟି ଶତକ ସହ ୭୫.୪୦ ଆଭ୍‌ରେଜରେ ସର୍ବାଧିକ ୭୫୪ ରନ୍‌ କରିଛନ୍ତି। ନେତୃତ୍ବର ପଦାର୍ପଣରେ ଗିଲ୍‌ଙ୍କ ଏପରି ବ୍ୟାଟିଂକୁ ବେଶ୍‌ ପ୍ରଶଂସା କରିଛନ୍ତି କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍‌ସମ୍ୟାନ ସୁନୀଲ ଗାଭାସ୍କର। ୧୯୭୧ରେ ତାଙ୍କ ପ୍ରଥମ ଟେଷ୍ଟ ଶୃଙ୍ଖଳାରେ ଗାଭାସ୍କର ରେକର୍ଡ ୭୭୪ ରନ୍‌ କରିଥିଲେ। ହେଲେ ଇଂଲଣ୍ଡରେ ଗିଲ୍‌ଙ୍କ ପ୍ରଦର୍ଶନ ତାଙ୍କ ୭୭୪ ରନ୍‌ଠାରୁ ବହୁତ ଭଲ ବୋଲି ଗାଭାସ୍କର କହିଛନ୍ତି। ଗିଲ୍‌ ରେକର୍ଡରୁ ବଞ୍ଚିତ ହୋଇଥିଲେ ହେଁ ତାଙ୍କ କୃତିତ୍ବକୁ ଗାଭାସ୍କର ବେଶ୍‌ ପ୍ରଶଂସା କରିଛନ୍ତି।

ବ୍ୟକ୍ତିଗତ ଭାବେ ଶୁଭମନ ଗିଲ୍‌ଙ୍କୁ ଭେଟି ତାଙ୍କୁ ଅଭିନନ୍ଦନ ଜଣାଇବା ପରେ ସୁନୀଲ ଗାଭାସ୍କର କହିଛନ୍ତି, ମୋ ରେକର୍ଡ ଗିଲ୍‌ ଅତିକ୍ରମ କରିବେ ବୋଲି ଅନୁମାନ କରି ତାଙ୍କ ପାଇଁ ଉପହାର ରଖିଥିଲି। ହେଲେ ଈଶ୍ବରଙ୍କ ହାତରେ ସବୁକିଛି ଅଛି। ହେଲେ ଏକ ଶୃଙ୍ଖଳାରେ ୭୫୪ ରନ୍‌ ବେଶ୍‌ ଚମତ୍କାର। ମୋର ଓ ଗିଲ୍‌ଙ୍କ ରନ୍‌ ମଧ୍ୟରେ ଏହା ଫରକ ଥିଲା ​‌େ​‌ଯ ନେତୃତ୍ବର ଅତିରିକ୍ତ ବୋଝ ନେଇ ଗିଲ୍‌ ଏହି ରନ୍ ସ୍କୋର୍‌ କରିଛନ୍ତି। ୧୯୭୧ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ପଦାର୍ପଣ କରିଥିଲି। ଫଳରେ ଦଳରେ ମୁଁ ଜଣେ ଶିଶୁ ଥିଲି। ମୁଁ ବିଫଳ ହୋଇଥିଲେ କେହି କିଛି କହି ନଥାଆନ୍ତେ। ତେବେ ଅଧିନାୟକ ଭାବେ ୭୫୦ରୁ ଅଧିକ ରନ୍‌ କରିବା ସହ ଗିଲ୍‌ ଦଳର ଭାଗ୍ୟରେ ପରିବର୍ତ୍ତନ ଆଣିଥିଲେ। ଆମ ମଧ୍ୟରେ ଥିବା ୨୦ ରନ୍‌ର ବ୍ୟବଧାନକୁ ଦେଖନାହିଁ। ଦେଖନ୍ତୁ ଯେ ଶୁଭମନ ଗିଲ୍‌ଙ୍କ ୭୫୪ ରନ୍‌ ଭାରତୀୟ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ଥିଲା। ଲିଡ୍‌ସରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଗିଲ୍‌ ଚମତ୍କାର ୧୪୭ ରନ୍‌ କରିବା ପରେ ବର୍ମିଂହାମ୍‌ରେ ୨ୟ ଟେଷ୍ଟରେ ଗିଲ୍‌ ୨୬୯ ଓ ୧୬୧; ଏହିପରି ମୋଟ ୪୩୦ ରନ୍‌ କରିଥିଲେ। ୪ର୍ଥ ଟେଷ୍ଟରେ ଗିଲ୍‌ ୧୦୩ ରନ୍‌ର ଶତକୀୟ ଇନିଂସ ଖେଳି ଭାରତକୁ ଶୃଙ୍ଖଳା ପରାଜୟରୁ ବଞ୍ଚାଇବା ସହ ମ୍ୟାଚ୍‌କୁ ଡ୍ର ରଖି ପାରିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories