ମେଷ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ଲାଭବାନ୍ ହେବେ। ନୂତନ ଭୂମି କ୍ରୟ କରିପାରନ୍ତି। ମଙ୍ଗଳବାର ଓ ବୁଧବାର ନୂତନ ନିଯୁକ୍ତି ମିଳିପାରେ। ଆର୍ଥିକ ସମସ୍ୟା ଦୂରୀଭୂତ ହେବ। ଗୁରୁବାର ଓ ଶୁକ୍ରବାର ମଧ୍ୟମ ଫଳ ପ୍ରାପ୍ତ ହେବ। ଦୂରଦେଶକୁ ଯାତ୍ରା କରିପାରନ୍ତି। ଶନିବାର ଅଯଥା ବିବାଦରେ ଛନ୍ଦି ହୋଇପଡ଼ିବେ। ମହିଳା ଓ ବିଦ୍ୟାର୍ଥୀ କର୍ମ ଅନୁସାରେ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାର ଓ ସୋମବାର ମଧ୍ୟମ ଫଳ ପାଇବେ। ଅଟକିଥିବା କାର୍ଯ୍ୟରେ ସଫଳତା ମିଳିପାରେ। ମଙ୍ଗଳବାର ଓ ବୁଧବାର ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ଶାନ୍ତି ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଆଚାର୍ଯ୍ୟ ଶଙ୍କରଙ୍କ କୃତ କନକଧାରା ସ୍ତୋତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ଅସୁବିଧାରେ ପଡ଼ିପାରନ୍ତି। ଯାତ୍ରାଜନିତ ଆଘାତପ୍ରାପ୍ତ ହେବେ। ମଙ୍ଗଳବାର ଓ ବୁଧବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଆର୍ଥିକ ସମସ୍ୟା ଦୂର ପାଇଁ ପ୍ରୟାସ କରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀଙ୍କୁ ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାର ଓ ସୋମବାର ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମଙ୍ଗଳବାର ଓ ବୁଧବାର ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳା ଓ ବିଦ୍ୟାର୍ଥୀ ସ୍ବାବଲମ୍ବୀ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ତତ୍ ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋରୁଦ୍ର ପ୍ରଚୋଦୟାତ୍ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର ଜଗିରଖି ଚଳିବେ। ହଠାତ୍ କୌଣସି ସମସ୍ୟାର ସମ୍ମୁଖୀନ ହେବେ। ମଙ୍ଗଳବାର ଓ ବୁଧବାର ନୂତନ ଦ୍ରବ୍ୟ କ୍ରୟ କରିବେ। ସ୍ତ୍ରୀ ହେତୁକ ଭୂମି ଲାଭ ହେବ। ଗୁରୁବାରଠାରୁ ଶନିବାର ଅନୁକୂଳ ଫଳ ପ୍ରାପ୍ତି ହେବନାହିଁ। ଦ୍ରବ୍ୟ ଚୋରି ହୋଇପାରେ। ପାରିବାରିକ କଳହ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ନୂତନ ନିଯୁକ୍ତି ପାଇପାରନ୍ତି। ଆୟ ବୃଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବା ଏକାନ୍ତ ଆବଶ୍ୟକ। ଋଣଗ୍ରସ୍ତ ହୋଇପାରନ୍ତି। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ନୂତନ ଯୋଜନା ପ୍ରସ୍ତୁତ କରିବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ଆୟ ବୃଦ୍ଧି ହେବ। ବନ୍ଧୁ ସହଯୋଗ ଲାଭ ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳନ୍ତୁ। ଅସୁବିଧାରେ ପଡ଼ିପାରନ୍ତି। ଶତ୍ରୁ ବୃଦ୍ଧି ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ପରିଶ୍ରମ ଜନିତ କ୍ଳାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ରନାମ ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର କର୍ମ ଅନୁରୂପ ଫଳପ୍ରାପ୍ତି ହେବ। ଚାହୁଁଥିବା ଦିଗରୁ ଅର୍ଥ ପ୍ରାପ୍ତି କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯୋଜନାବଦ୍ଧ ଭାବେ କାର୍ଯ୍ୟ କଲେ ସଫଳତା ଲାଭ ହେବ। ବନ୍ଧୁ ବାନ୍ଧବଙ୍କ ଆଗମନ ହେବ। ଶୁକ୍ରବାର ଓ ଶନିବାର ସାବଧାନତା ଲୋଡ଼ା। ଆୟ ମଧ୍ୟମ ରହିବ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ପ୍ରଗତିର ପଥରୋଧ ହେବ। ଅଧିକ ଆସ୍ଥାବାନ ହେବା ଉଚିତ୍ ନୁହେଁ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପରମ୍ପରାବାଦୀ ହେବେ। ସାମାଜିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। ଶୁକ୍ରବାର ଓ ଶନିବାର ମଧ୍ୟମ ସଫଳତା ପ୍ରାପ୍ତି ହେବ। ଧନଲାଭ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ତାରାକବଚ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ଗୁରୁଜନଙ୍କର ପରାମର୍ଶ ଗ୍ରହଣ କରନ୍ତୁ। ଧୈର୍ଯ୍ୟ ଆପଣଙ୍କ ଭୂଷଣ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ଆତ୍ମ ସ୍ବାଭିମାନ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ସନ୍ତାନ ହେତୁକ ଚିନ୍ତା ବୃଦ୍ଧି ହେବ। ସାମାନ୍ୟ କଥାକୁ ନେଇ ଚିଡ୍ଚିଡ଼ା ହେବେ। ମହିଳା ଓ ବିଦ୍ୟାର୍ଥୀ ସୌଖ୍ୟ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କାଳୀ କର୍ପୂର ସ୍ତୋତ୍ର ପାଠ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଅଯାଚିତ ଭାବରେ କାହାକୁ ଅର୍ଥଦାନ କରନ୍ତୁ ନାହିଁ। ନଚେତ୍ ଅସୁବିଧାରେ ପଡ଼ିବେ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ସଫଳତା ଲାଭ ହେବ। ଶୁକ୍ରବାର ଓ ଶନିବାର ସ୍ତ୍ରୀଙ୍କ ପରାମର୍ଶ ଗ୍ରହଣ କରିପାରନ୍ତି। ଭୂମି ଲାଭ ହୋଇପାରେ। ଶତ୍ରୁ ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାର ଓ ସୋମବାର କର୍ମପ୍ରବଣତା ପ୍ରକାଶିତ ହେବ। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଗୁରୁଜନମାନଙ୍କ ସହିତ ବିଚାର ବିମର୍ଶ କରି କାର୍ଯ୍ୟ କରନ୍ତୁ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର ଆୟ ମଧ୍ୟମ ରହିବ। ପରୋପକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।



