www.samajalive.in
Wednesday, December 10, 2025
16.1 C
Bhubaneswar

ପୁଣି ସହରକୁ ପଶିଲା ଗଜରାଜ

ସୁନ୍ଦରଗଡ଼ : ରାଜନୈତିକ ଘଟଣା ପ୍ରବାହକୁ ନେଇ ସୁନ୍ଦରଗଡ଼ ସହରର ବାତାବରଣ ଉଷ୍ମ ଥିବା ବେଳେ ଶନିବାର ସକାଳେ ହଠାତ ସହର ମଧ୍ୟକୁ ପଶି ଆସିଥିଲା ଗଜରାଜ । ଗଜରାଜଙ୍କ ଉପସ୍ଥିତି ଦେଖି ଲୋକେ ଧାଁ ଦଉଡ଼ ପାଟିତୁଣ୍ଡ କରିବା ସହ ଅଳ୍ପ ଦୂରରେ ରୁଣ୍ଡ ହୋଇଯାଇଥିଲେ । ଖବର ପାଇ ସୁନ୍ଦରଗଡ଼ ଡ଼ି.ଏଫ.ଓ ଡଃ.ଅରୁଣ କୁମାର ମିଶ୍ରଙ୍କ ନିର୍ଦେଶକ୍ର‌େମ ୭ଜଣିଆ ଟିମ ସହ ଏକ ୩୦ଜଣ ସ୍କ୍ବାର୍ଡ଼ ଘଟଣାସ୍ଥଳରେ ପହଞ୍ଚି ଗଜରାଜଙ୍କୁ ଜନବସତି ଠାରୁ ଦୁରରେ ଥିବା ଏକ ସୁରକ୍ଷିତ ସ୍ଥାନରେ ଏକ ପ୍ରକାର ଅଟକ ରଖିବା ପରେ ପୁନଶ୍ଚ ସନ୍ଧ୍ୟାରେ ଗଜରାଜକୁ ନିର୍ଦ୍ଧାରିତ ଜପ୍ତି ଜଙ୍ଗଲରେ ଛାଡ଼ି ଦେଇଥିଲେ । ହେଲେ ସକାଳୁ ସନ୍ଧ୍ୟା ଯାଏଁ ବନ ଅଧିକାରୀ ଓ କର୍ମଚାରୀଙ୍କୁ କମ ନାକେଦମ ହେବାକୁ ପଡ଼ିନଥିଲା । ଗଜରାଜକୁ ନିର୍ଦ୍ଦଷ୍ଟ ସ୍ଥାନରେ ଛାଡ଼ିବା ପରେ ଏହି ଦଳ ଟିକେ ଶାନ୍ତିରେ ନିଶ୍ବାସ ମାରିଲେ ବୋଲି ସ୍କ୍ବାର୍ଡ଼ରେ ସାମିଲ ଥିବା ଜୈନିକ ବନ କର୍ମଚାରୀ ସୂଚନା ଦେଇଛନ୍ତି ।
ବିଭାଗୀୟ ସୂତ୍ରରୁ ପ୍ରକାଶ, ଶନିବାର ସକାଳେ ବାମରା ଆଡ଼ୁ ଇବ ନଦୀ କୂଳ ଦେଇ ଏକ ପୂର୍ଣ୍ଣବୟସ୍କ ଗଜରାଜ ରାଣୀବଗିଚାରେ ତାର ଉପସ୍ଥିତି ଜାହିର କରିଥିଲେ । ଯଦିଓ ଗଜରାଜ କୌଣସି ପ୍ରକାର ଆତଙ୍କ ଖେଳାଇ ନଥିଲେ ତଥାପି ହାତୀ-ମଣିଷ ଲଢ଼େଇର କଳ୍ପନା କରି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଥିଲେ । ଡ଼ି.ଏଫ.ଓଙ୍କ ନିର୍ଦେଶକ୍ରମେ ସଦର ରେଞ୍ଜ ଅଧିକାରୀ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଗଜରାଜକୁ ଅତି ସତର୍କତାର ସହ ସହରର ମୁଖ୍ୟ ରାସ୍ତା ପାରି କରାଇ ଜନବସତିଠାରୁ ଦୂରରେ ଥିବା ନବରଙ୍ଗପୁର ଗ୍ରାମରେ ଖାଇବା ପିଇବା ଦେଇ ଏକ ପ୍ରକାର ସନ୍ଧ୍ୟା ପର୍ୟ୍ୟନ୍ତ ଅଟକ ରଖିଥିଲେ । ପରେ ସନ୍ଧ୍ୟାରେ ସୁବଲିଆ, ମୁଷାକାନୀ, ସେପ୍ତିବାହାଲ ଦେଇ ଗଜରାଜକୁ ସାତପଲିଆ ଜପ୍ତି ଜଙ୍ଗଲକୁ ବାଟ କଢ଼ାଇ ଦେଇଥିଲେ । ଫଳରେ ସ୍ଥାନୀୟ ଲୋକେ ଆଶ୍ବସ୍ତ ହୋଇଥିଲେ । ସୂଚନା ଯୋଗ୍ୟ, ଗତ କିଛି ଦିନ ତଳେ ସହରର ଅନ୍ୟ ଏକ ଜନଗହଳି ପୂର୍ଣ୍ଣସ୍ଥାନ ମିଶନ ରୋଡ଼ସ୍ଥିତ ଏକ ଚର୍ଚ୍ଚ ପଛପଟେ ଅନୁରୂପ ଭାବେ ଅନ୍ୟ ଏକ ହାତୀ ପଶି ଆସିଥିବା ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଗଜରାଜ ପଶି ଆସିବା ଘଟଣା ଲୋକଙ୍କୁ ଏକ ପ୍ରକାର ଆତଙ୍କିତ କରି ପକାଇଥିଲା ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories