www.samajalive.in
Tuesday, December 9, 2025
15.1 C
Bhubaneswar

ଖରାଦିନିଆ ପୋଷାକ ପାଇଁ କିଛି ଆବଶ୍ୟକୀୟ ଟିପ୍ସ

ଖରାଦିନର ଆରମ୍ଭ ହୋଇ ସାରିଲାଣି। ଏହି ଦିନରେ ସ୍ୱାସ୍ଥ୍ୟର ସଠିକ ଭାବେ ଯତ୍ନ ନେବା ସହ ଆମେ ନିଜର ପୋଷାକ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। କାରଣ ଖରାରେ ବାହାରକୁ ଗଲା ବେଳେ ଖରାର ପ୍ରଭାବ ଆମ ଉପରେ ପଡ଼ିଥାଏ। ତେଣୁ , ଏହି ଦିନରେ ପ୍ରାୟ ସୂତା ଏବଂ ଧଳା ପୋଷାକ ପିନ୍ଧିବା ଉଚିତ। ଏହି ପ୍ରକାରର ପୋଷାକ  ପିନ୍ଧିବା ଦ୍ୱାରା ଆମକୁ ଆରାମ ଅନୁଭୂତ ହୋଇଥାଏ। ଖରାଦିନ ପାଇଁ ପୋଷାକ କିଣିବାକୁ ହେଲେ ଆସନ୍ତୁ କିଛି ଆବଶ୍ୟକୀୟ ଟିପ୍ସ ବିଷୟରେ ଜାଣିବା ….
ସୂତା ପୋଷାକ –
ଖରାଦିନରେ ସୂତା ପୋଷାକ ଆମ ଚର୍ମ ପାଇଁ ବେଶ ଲାଭଦାୟକ। ଏହା ପିନ୍ଧିବା ଦ୍ୱାରା ଆମ ଶରୀରକୁ ଆରାମ ଅନୁଭୂତ ହୋଇଥାଏ। ଏହା ଶରୀରରେ ଝାଳକୁ ଶୋଷି ନେଇଥାଏ। ଆପଣ ଖଦି କପଡ଼ାରେ ପ୍ରସ୍ତୁତ ପୋଷାକ ମଧ୍ୟ ପିନ୍ଧିପାରିବେ।
ହାଲାକା ରଙ୍ଗର ପୋଷାକ –
ବହୁ ଲୋକଙ୍କର ପୋଷାକ ରଙ୍ଗ ପ୍ରତି ଭିନ୍ନ ଧାରଣା ଥାଏ। ତେଣୁ ନିଜ ପସନ୍ଦ ଅନୁଯାୟୀ ସେମାନେ ପୋଷାକ ଧାରଣ କରିଥାଆନ୍ତି। ମାତ୍ର ଖରାଦିନରେ କିଛି ରଙ୍ଗର ପୋଷାକ ପିନ୍ଧିଲେ ଅଧିକ ଗରମ ଅନୁଭୂତ ହୋଇଥାଏ। ଏହି ଦିନରେ ହାଲକା ରଙ୍ଗର ପୋଷାକ ପିନ୍ଧିବା ଉଚିତ। ଧଳା, ହଳଦିଆ, ନୀଳ ଇତ୍ୟାଦି ରଙ୍ଗର ପୋଷାକ କିଣନ୍ତୁ। ଗାଢ ରଙ୍ଗର ପୋଷାକରେ ଖରାର ଉତ୍ତାପ ଅଧିକ ଅନୁଭବ ହୋଇଥାଏ। ତେଣୁ ଏହି ଦିନରେ ଗାଢ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ।
ଖରାଦିନରେ ସାଧାରଣତଃ ଫୁଲ ହାତର ଓ ଆକାରରେ ବଡ଼ ଧରଣ ପୋଷାକ ପିନ୍ଧନ୍ତୁ। ଏହାର ଦ୍ୱାରା ଶରୀରର ଖରାରର ମାତ୍ରା କମ ପଡ଼ିଥାଏ। ଶରୀରର ରଙ୍ଗ ମଧ୍ୟ କଳା ପଡ଼ିନଥାଏ।
ଢିଲା ପୋଷାକ –
ଖରାଦିନରେ ଅଧିକ ଢିଲା ପୋଷାକ ପିନ୍ଧନ୍ତୁ। ଏହା ଶରୀରକୁ ଆରାମ ପ୍ରଦାନ କରିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories