www.samajalive.in
Wednesday, December 10, 2025
16.1 C
Bhubaneswar

ମାତୃ ଓ ଶିଶୁ ମୃତ୍ୟୁହାର ରୋକିବ ‘ସୁମନ’

ଭୁବନେଶ୍ୱର : : ଗର୍ଭବତୀଙ୍କୁ କିଭଳି ସମ୍ମାନର ସହ ଅନୁକୂଳ ପରିବେଶରେ ପ୍ରସବକାଳୀନ ସୁବିଧା ଯୋଗାଇ ଦିଆଯାଇ ପାରିବ ସେଥିନେଇ ସ୍ବାସ୍ଥ୍ୟ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନେଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ସହାୟତାରେ ଆଗାମୀ ଦିନରେ ଆନୁଷ୍ଠାନିକ ପ୍ରସବ ଶତପ୍ରତିଶତ କରିବା ସହିତ ମାତୃ ଓ ଶିଶୁ ମୃତ୍ୟୁହାର ଶୂନ୍ କରିବା ଲକ୍ଷ୍ୟ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୁରକ୍ଷିତ ମାତୃତ୍ବ ଆଶ୍ବାସନା (ସୁମନ) ଭଳି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏନେଇ ଗୁରୁବାର ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ବିଜ୍ଞପ୍ତି ଜାରି କରିଛନ୍ତି। ଜାତୀୟସ୍ତରରେ ଓଡ଼ିଶାର ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଉଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନଏଚଏଫଏସ)-୪ରେ ହସ୍ବିଟାଲରେ ପ୍ରସବ ହାର ୮୫.୪ ପ୍ରତିଶତ ଥିବାବେଳେ ଏନଏଚଏଫଏସ-୫ ବେଳକୁ ଏହା ବଢ଼ି ୯୨.୨ ପ୍ରତିଶତରେ ପହଞ୍ଚିଛି। ସର୍ବଭାରତୀୟ ସ୍ତରରେ ଓଡ଼ିଶା ଏକ୍ଷେତ୍ରରେ ସପ୍ତମ ସ୍ଥାନରେ ରହିଛି। ସରକାରଙ୍କ
ପକ୍ଷରୁ ନିଆଯାଉଥିବା ସମୟୋଚିତ ପଦ‌େ‌କ୍ଷପ ଓ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗୁଁ ମାତୃ ମୃତ୍ୟୁହାର ହ୍ରାସ ପାଉଛି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ ‘ସୁମନ’ର ଆଭିମୁଖ୍ୟ ହେଉଛି କିଭଳି ମାତୃ ଓ ଶିଶୁ ମୃତ୍ୟୁହାରକୁ ଶୂନ୍ କରାଯାଇପାରିବ। ପ୍ରତ୍ୟେକ ଗର୍ଭବତୀଙ୍କୁ ଯେଭଳି ସରକାରୀ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ବିନା ଦେୟରେ ଉତ୍ତମମାନର ପ୍ରସବଜନିତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟଙ୍କ ଅଧୀନରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ଶ୍ରୀ ଧଳ କହିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ସହଭାଗିତାରେ ଦକ୍ଷତା, ଲକ୍ଷ୍ୟ, ପିଏମଏସଏମଏ ଭଳି ୫ଟି ଯୋଜନା କାର୍ଯ୍ୟକାରୀ ହେଉଛି। ଏହାଦ୍ବାରା ପ୍ରସୂତି ସେବାରେ ନିୟୋଜିତ ସେବିକା ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ମେଡିକାଲ କଲେଜ ସହିତ ସମନ୍ବୟ ରକ୍ଷାକରି ମାନବସମ୍ବଳ, ବୈଷୟିକ ଜ୍ଞାନ ଯୋଗାଇ ଦିଆଯିବ। ରାଜ୍ୟସାରା ସ୍ବତନ୍ତ୍ର ପ୍ରଣାଳୀ ‘ହବ୍‌ ଓ ସ୍ପୋକ ମଡେଲ’ ଭାବେ ‘ସୁମନ’ କାର୍ଯ୍ୟକାରୀ ହେବ। କଟକ ବଡ଼ ମେଡିକାଲ (ଏସସିବି)ର ସ୍ତ୍ରୀ ଓ ପ୍ରସୂତି ବିଭାଗ ସହବନ୍ଧିତ ଜିଲାକୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇବେ। ଯଦି କୌଣସିଠାରେ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟ ଅନୁଷ୍ଠାନ ପହଞ୍ଚିବାରେ ସମସ୍ୟା ଦେଖାଦେଲା ତାହା ଯୋଜନା ଅନ୍ତର୍ଗତ କର୍ମଚାରୀ ସମାଧାନ କରିବେ। ଆବଶ୍ୟକସ୍ଥଳେ ବୈଷୟିକ ସହାୟତା ଯୋଗାଇବେ। ଏଥିପାଇଁ ଜିଲା ଓ ରାଜ୍ୟସ୍ତରରେ ସ୍ବତନ୍ତ୍ର ପ୍ରଶିକ୍ଷକ ସୃଷ୍ଟି କରାଯିବ। ଯେଉଁମାନେ କି ରାଜ୍ୟସ୍ତରୀୟ ସୁମନ କମିଟି ସହିତ ସମନ୍ବୟ ରକ୍ଷାକରି ଏହି କାର୍ଯ୍ୟକୁ ସୂଚାରୁ ରୂପେ ନିର୍ବାହ କରିବେ। ଯଦି କୌଣସିଠାରେ ପ୍ରସବ ସମୟରେ ମା’ଙ୍କ ମୃତ୍ୟୁ ହେବ ତାହାକୁ ମଧ୍ୟ ପଞ୍ଜୀକରଣ କରିବେ। ଉତ୍କର୍ଷ କେନ୍ଦ୍ର ପ୍ରତିମାସରେ ସ୍ବାସ୍ଥ୍ୟ ବିଭାଗ ଅଧୀନସ୍ଥ ରାଜ୍ୟସ୍ତରୀୟ କମିଟି ସହିତ ଆଲୋଚନା କରି ସମସ୍ତ ଆହ୍ବାନର ମୁକାବିଲା ଦିଗରେ ପଦକ୍ଷେପ ନେବ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories