www.samajalive.in
Friday, December 12, 2025
14.1 C
Bhubaneswar

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅର୍ନ୍ତଗତ ଭାବପୁର ନିକଟସ୍ଥ କୁଶଙ୍ଗ ବନ୍ୟପ୍ରାଣୀ ଚେକଗେଟ୍‍ ନିକଟସ୍ଥ ଏକ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ସୋମବାର ହରଭଙ୍ଗା ପୁଲିସ ଉଦ୍ଧାର କରିଥିବା ଜଣାପଡିଛି। ଉଦ୍ଧାର ହୋଇଥିବା ମୃତଦେହଟି ନାରାୟଣ ଶର୍ମା(୫୦) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିହାରର ଝାନ୍ସି ଅଞ୍ଚଳର ନାରାୟଣ ଶର୍ମା ନାମକ ଯୁବକ ହରଭଙ୍ଗା ଥାନା ଅର୍ନ୍ତଗତ ଭାବପୁର ଗ୍ରାମର ନମିତାଙ୍କୁ ବିବାହ କରି ଏଠାରେ ଦୀର୍ଘ ୨୫ବର୍ଷ ହେଲା ସ୍ତ୍ରୀଙ୍କ ସହ ରହିଆସୁଥିଲେ। ସବୁବେଳେ ନାରାୟଣ ନିଶାଶକ୍ତ ଅବସ୍ଥାରେ ରହିବା ସହିତ ସ୍ତ୍ରୀକୁ ବାଡାପିଟା କରୁଥିଲା। କିଛିଦିନ ତଳେ ସ୍ୱାମୀ/ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ସ୍ତ୍ରୀ ନମିତାକୁ ବାଡାପିଟା କରିବା ସହିତ ଘରୁ ମଧ୍ୟ ତଡିଦେଇଥିଲା। ଆଜି ସକାଳୁ ନାରାୟଣ ଘରୁ ନବାହାରିବାରୁ ସାହିପଡିଶାଙ୍କ ସନ୍ଦେହ ହୋଇଥିଲା। ବହୁ ଡକାଡକି ପରେ କୌଣସି ଉତ୍ତର ନ ମିଳିବାରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ଘର ଭିତରେ ଲୁଙ୍ଗିରେ ନାରାୟଣଙ୍କ ମୃତଦେହ ଝୁଲୁଥିବା ପୁଲିସ ଦେଖିବାକୁ ପାଇଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲ ପଠାଇଥିଲା। ପାରିବାରିକ କଳହରୁ ନାରାୟଣ ଆତ୍ମହତ୍ୟା କରିଥାଇ ପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଏ ନେଇ ହରଭଙ୍ଗା ଥାନା ପକ୍ଷରୁ ୧୦/୨୦ରେ ଏକ ଅପମୃତ୍ୟୂ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ହରଭଙ୍ଗା ଥାନା ଏସ.ଆଇ ପୂର୍ଣ୍ଣଚନ୍ଦ୍ର କିଷାନ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories