www.samajalive.in
Monday, December 8, 2025
13.1 C
Bhubaneswar

ଏମିତି ବି ଆସେ ମୃତ୍ୟୁ ; ଗାଡ଼ିରେ ବସିଥିବା ବେଳେ ପଡ଼ି ମୃତ

ଫୁଲବାଣୀ: ଏମିତି ବି ମୃତ୍ୟୁ ଆସେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ଫିରିଙ୍ଗିଆ ବଜାର ମଧ୍ୟରେ। ସୁଜିତ୍‍ କୁମାର ମିଶ୍ର(୩୨) ନାମକ ଜଣେ ଖେଳ ଶିକ୍ଷକ ଆଜି ଦିନ ପ୍ରାୟ ୧୦ଟା ସମୟରେ ଫିରିଙ୍ଗିଆ ବସଷ୍ଟାଣ୍ଡରେ ବସିଥିବା ବେଳେ ଅଚାନକ ଭାବେ ସେ ପଡ଼ିଯାଇଥିଲେ। ଆଉ ସେ ପଡ଼ିଯିବା ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ଏହି ଘଟଣାରେ ସମଗ୍ର ଫିରିଙ୍ଗିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ପ୍ରକାଶ ଯେ, କୌଣସି ଏକ ଚିକିତ୍ସା କରିବା ପାଇଁ ସ୍ୱର୍ଗତ ଲୁକୁନ୍‍ ନିଜ ନବବିବାହିତ ସ୍ତ୍ରୀ ଓ ମାଆଙ୍କୁ ଫିରିଙ୍ଗିଆ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସା ସରିବା ପରେ ସ୍ତ୍ରୀ ଓ ମାଆ ଚାଲି ଚାଲି ପାଖରେ ଥିବା ଘରକୁ ଯାଉଥିବା ବେଳେ ଲିକୁନ୍‍ ବସଷ୍ଟାଣ୍ଡାକୁ ନିଜ ବାଇକ୍‍ରେ ଆସିଥିଲେ। ବସଷ୍ଟାଣ୍ଡରେ ନିଜ ବାଇକ୍‍ ଉପରେ ବସିଥିବା ବେଳେ ହଠାତ୍‍ ସେ ପଡ଼ିଯାଇଥିଲେ। ସେହି ସମୟରେ ଚାଲି ଚାଲି ଆସୁଥିବା ତାଙ୍କ ମାଆ ଓ ସ୍ତ୍ରୀ ମଧ୍ୟ ଲିକୁନ୍‍ ନିକଟରେ ପହଞ୍ଚିସାରିଥିଲେଣି। ତେବେ ଅଚାନକ ଭାବେ ପଡ଼ିଯିବା ଯୋଗୁଁ ତାଙ୍କର ମୁଣ୍ଡ ଗାଡ଼ିର ବାଜିଯାଇଥିଲା। ତୁରନ୍ତ ସେଠାରେ ଉପସ୍ଥିତି ଥିବା କିଛି ବ୍ୟକ୍ତି ତୁରନ୍ତ ଫିରିଙ୍ଗିଆ ଡ଼ାକ୍ତରଖାନାକୁ ନେଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇଁ ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରବା ସହିତ ବ୍ୟବଚ୍ଛେତ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ତେବେ ଏଭଳି ମୃତ୍ୟୁ ନିଶ୍ଚିତ ଭାବେ ସମସ୍ତଙ୍କ ଗଭୀର ଦୁଃଖ ଦେଇଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଥିବା ବେଳେ ସ୍ୱର୍ଗତ ଲିକୁନ୍‍ କ.ନୂଆଗାଁ ବ୍ଳକର ମହାସିଙ୍ଗ୍‍ ସ୍ଥିତ ଏକଲବ୍ୟ ବିଦ୍ୟାଳୟରେ ଖେଳ ଶିକ୍ଷକ ଭାବେ ନିଯୁକ୍ତି ପାରିଥିଲେ। ଗତ କିଛିମାସ ତଳେ ସେ ବିବାହ କରିଥିଲେ। ସେ ଫିରିଙ୍ଗିଆ ଅଞ୍ଚଳର ଜଣେ ଜଣାଶୁଣା ସମାଜେସବୀ ଓ କ୍ରିଡ଼ାବିତ୍‍ ଭାବେ ବେଶ୍‍ ପରିଚୟ ସୃଷ୍ଟି କରିଥିଲେ। ଶେଷ ଦର୍ଶନ ପାଇଁ ଅଞ୍ଚଳର ବହୁ କ୍ରିଡ଼ାବିତ୍‍ , ବୁଦ୍ଧଜିବିଙ୍କ ସମେତ ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର , ସ୍ୱେଚ୍ଛାସବେୀ ସଞୟ କୁମାର ଦିଗାଳ , ଅଜିତ୍‍ କୁମାର ସାହୁ , ଫିରିଙ୍ଗିଆ ବଣିକ ସଂଘ ସମ୍ପାଦକ ବାଳକୃଷ୍ନଜୁଣ୍ଡି, ଫିରିଙ୍ଗିଆ ପନାଚାୟତମହାବିଦ୍ୟାଳୟ ଯୁକ୍ତ ୩ର ଅଧକ୍ଷ ନବକିଶୋରସାହୁ , ପ୍ରଦିପ କୁମାରମହାପାତ୍ର , ବିଜେଡି ନେତା ପ୍ରମୋଦ କୁମାରସିଓ , ଚନ୍ଦ୍ରମୋହନ ନାଏକ, ସମାଜସେବି ଜୟ ପାଣିଗ୍ରାହି ,ଶିକ୍ଷାବିତ ରବିଚନ୍ଦ୍ର ସାହୁ , ଶିକ୍ଷକ କୁନା ସାହୁ ,ଫିରିଙ୍ଗିଆ ଫୁଟବଲକ୍ଲବର ସମସ୍ତ ସଦସ୍ୟମାନେ ପହଞ୍ଚିଥିଲେ। ଲିକୁନଙ୍କ ଦେହାନ୍ତାରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମଧ୍ୟ ଶୋକ ପ୍ରକାଶକରିଛନ୍ତି।

- Advertisement -

ସେହିଭଳି ସ୍ୱର୍ଗତ ମିଶ୍ରଙ୍କ ପାଇଁ ଆଜି ଏକଲବ୍ୟ ବିଦ୍ୟାଳୟରେ ମଧ୍ୟ ଶୋକରଛାୟା ଖେଳି ଯାଇଛି। ଜଣେ ଠିକା ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ କମ୍‍ ଦିନ ମଧ୍ୟରେ ସେ ସମସ୍ତଙ୍କର ଅତି ପ୍ରିୟ ହୋଇ ପାରିଥିଲେ। ଆଜି ତାଙ୍କ ପାଇଁ ଅଧ୍ୟକ୍ଷ ଡ଼.ବି.ସାଇରାମ ପାତ୍ର, ଶିକ୍ଷକ ସଂଜୟ ସିଂ, ଦିନେସ୍‍ କୁମାର ବେହେରା, ପି.ମନୋଜ କୁମାର ପାତ୍ର, ଅଭିନାଶ ମିଶ୍ର, ଯୋଇକିଶୋର ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପାଇଁ ମଧ୍ୟ ଶିକ୍ଷକ ସଂଘ ଦାବି କରିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories