ସୁଦାନରେ ଆଦିବାସୀଙ୍କ ଗୋଷ୍ଠୀ ସଂଘର୍ଷ: ୩୭ ମୃତ, ୨୦୦ରୁ ଊର୍ଦ୍ଧ୍ବ ଆହତ
ଖାର୍ତୁମ : ସୁଦାନର ପୂର୍ବାଞ୍ଚଳରେ ଆଦିବାସୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ୩୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଏହି ସଂଘର୍ଷ ପଛରେ ଥିବା କାରଣ ଜଣାପଡିନାହିଁ। ପ୍ରାୟ ସପ୍ତାହେ ହେବ ଆଦିବାସୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଜାରି ରହିଛି। ସୋମବାର ଏହି ଘଟଣା ପଦାକୁ ଆସିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ରକ୍ତାକ୍ତ ସଂଘର୍ଷ ବାନି ଅମେର ଏବଂ ନୁବା ଆଦିବାସୀ ସମ୍ପଦ୍ରାୟ ମଧ୍ୟରେ ହୋଇଛି। ଏଥିପାଇଁ ଦେଶର ନବଗଠିତ ସର୍ବଭୌମ ପରିଷଦ ଲାଲ ସାଗର ରାଜ୍ୟର ଗଭର୍ଣ୍ଣରଙ୍କୁ ନିଲମ୍ବିତ କରିଛି। ଏହି ସଂଘର୍ଷ ପରେ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘେଶଷଣା କରାଯାଇଛି। ଏପଟେ ସୁଦାନରେ ପ୍ରବଳ ବର୍ଷାରୁ ବନ୍ୟା ଆସିଛି। ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ବନ୍ୟାରେ ଏପର୍ଯ୍ୟନ୍ତ ୬୦ ଜଣଙ୍କ ମୃତ୍ୟୁ ହୋଇସାରିଛି ଓ ୧୦୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ବନ୍ୟାରେ ୯୦୦ ଘର ଭୁଶୁଡ଼ି ପଡିଥିବାବେଳେ ୩୨ ହଜାର ପରିବାର ପ୍ରଭାବିତ ହୋଇଛନ୍ତି।
Comments are closed.