www.samajalive.in
Saturday, December 6, 2025
26.1 C
Bhubaneswar

ଚେତାବନୀ ଦେଲେ ବାଗଚୀ: କ୍ବାରେଣ୍ଟାଇନ ନିୟମ ଭାଙ୍ଗିଲେ ନିସ୍ତାର ନାହିଁ

ଭୁବନେଶ୍ବର (ବ୍ୟୁରୋ): କ୍ବାରେଣ୍ଟାଇନ (ସଙ୍ଗରୋଧ) କେନ୍ଦ୍ରରେ କୌଣସି  ବିଶୃଙ୍ଖଳାକୁ ଗ୍ରହଣ କରାଯିବ ନାହିଁ । ଯେଉଁମାନେ ଏପରି କାର୍ଯ୍ୟ କରିବେ ଓ ସଙ୍ଗରୋଧ ନିୟମ ପାଳନ ନ କରିବେ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋବିଦ-୧୯ ମୁଖପାତ୍ର ସୁବ୍ରତ ବାଗଚୀ । ପ୍ରବାସରୁ ଓଡ଼ିଶା ଫେରିିଥିବା ଲୋକଙ୍କୁ ଶୃଙ୍ଖଳିତ ଆଚରଣ କରିବା ଓ ମହାମାରୀ ସଙ୍କଟ ମଧ୍ୟରେ କିଛିଟା ତ୍ୟାଗ ସ୍ବୀକାର କରିବାକୁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଅବଗତ କରିବା ସହ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଥିବାରୁ ଏହାପ୍ରତି ଯତ୍ନବାନ ହେବାକୁ ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସ ଫେରନ୍ତା ଓଡ଼ିଆଙ୍କୁ ସଙ୍ଗରୋଧ ନିୟମ ପାଳନ ପାଇଁ ଦେଇଥିବା ଆହ୍ବାନକୁ ଆଉଥରେ ସ୍ମରଣ କରାଇ ଦେଇଛନ୍ତି ଶ୍ରୀ ବାଗଚୀ । ବିଶୃଙ୍ଖଳା ସୃଷ୍ଟି କଲେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ । ଫେରିଥିବା ଲୋକଙ୍କ ପାଇଁ ରାଜ୍ୟର ଲୋକଙ୍କ ମନରେ ସମବେଦନା ରହିବ ନାହିଁ । କରୋନାରେ ମୃତକଙ୍କ ସଂଖ୍ୟା ମଧ୍ୟରୁ ୬୩ % ବୟସ୍କ ଲୋକ । ତେଣୁ ନିଜ ପରିବାର ଓ  ଅନ୍ୟମାନଙ୍କ ପରିବାରରେ ରହୁଥିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେହିପରି କରୋନା ଚିକିତ୍ସାରେ ନିଯୁକ୍ତ ସ୍ବାସ୍ଥ୍ୟ କର୍ମୀ ମଧ୍ୟ ଏପରି ବିଶୃଙ୍ଖଳାକୁ ଉଦାର ହୃଦୟରେ ଗ୍ରହଣ କରିବେ ନାହିଁ । ତେଣୁ ରାଜ୍ୟ ସରକାର  ପ୍ରବାସୀଙ୍କ ଉପରେ  କଡ଼ା ନଜର ରଖିଛନ୍ତି । କ୍ୱାରେଣ୍ଟିନ୍ ନିୟମ ଭାଙ୍ଗିରେ ନିସ୍ତାର ନାହିଁ ଓ ପ୍ରଶାସନର ଧୈର୍ଯ୍ୟକୁ ଅଯଥାରେ ପରୀକ୍ଷା ନକରିବାକୁ ଚେତାଇ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories