www.samajalive.in
Saturday, December 13, 2025
26.1 C
Bhubaneswar

ଦିନିକିଆରେ ବି ଶୁବମନ୍ ଅଧିନାୟକ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ଟିମ୍ ଘୋଷଣା କରିଛି ବିସିସିଆଇ । ଟେଷ୍ଟ ପରେ ଦିନିକିଆରେ ଶୁବମନ ଗିଲ୍‌ଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ରୋହିତ୍‌ ଶର୍ମାଙ୍କ ସ୍ଥାନରେ ଶୁବମନ୍ ଗିଲଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ଶ୍ରେୟସ ଆୟରଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି । ବିସିସିଆଇ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ ପାଇଁ ଟିମ୍ ଘୋଷଣା କରିଛି । ୨୦୨୭ ବିଶ୍ଵକପ୍ ପ୍ରସ୍ତୁତି ପାଇଁ ବିସିସିଆଇ ବଡ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୧୫ ଜଣିଆ ଟିମ ଘୋଷଣା ହୋଇଛି। ଶ୍ରେୟସ୍ ଆୟରଙ୍କୁ ଉପ ଅଧିନାୟକ ଦାୟିତ୍ଵ ମିଳିଥିବାବେଳେ ରବୀନ୍ଦ୍ର ଜାଡେଜା ବାଦ୍ ପଡିଛନ୍ତି। ଧ୍ରୃବ୍ ଜୁରେଲଙ୍କୁ ସାମିଲ କରାଯାଇଛି। ପ୍ରାୟ ୬ ମାସ ପରେ ରୋହିତ୍ ଶର୍ମା ଏବଂ ବିରାଟ କୋହଲି ଦିନିକିଆ ଦଳକୁ ଫେରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories