ସୁଭଦ୍ରା ଯୋଜନା; ପଞ୍ଜିକୃତ କେନ୍ଦ୍ର ବୁଲିଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ

ଗୋପାଳପୁର : ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ବିଭିନ୍ନ ସ୍ଥାନରେ ନାମ ପଞ୍ଜିକୃତ କରିବା ପାଇଁ କେନ୍ଦ୍ର ଖୋଲାଯାଇଛି। ସେନେଇ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଉମେଶ ଚନ୍ଦ୍ର ତ୍ରିପାଠୀ ଗଞ୍ଜାମ ଗ୍ରସ୍ତରେ ଆସି ଜିଲ୍ଲପାଳଙ୍କୁ ସାକ୍ଷାତ କରିଛନ୍ତି। ସୁଭଦ୍ରା ଯୋଜନାରେ ହିତାଧିକାରୀମାନେ କିପରି ଶାନ୍ତି ଶୃଙ୍ଖଳା ଭାବେ ପଞ୍ଜିକୃତ କରିବେ ସେ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ଉପଜିଲ୍ଲାପାଳ, ପିଡି ପ୍ରମୁଖ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ। ଗୋପାଳପୁର ଏନଏସିରେ ଥିବା ଗୋପବନ୍ଧୁ ପାଠାଗାରରେ ରଘୁରାମ ସାହୁଙ୍କ କେନ୍ଦ୍ର ପରିଦର୍ଶନ କରିଥିଲେ। ସୁଭଦ୍ରା ଯୋଜନାର ପୋଷ୍ଟର, ବ୍ୟାନର ଆଦି ଲଗାଯାଇଥିବା ଦେଖିବା ସହ ପଞ୍ଜିକୃତ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।

Comments are closed.